ବାଲେଶ୍ୱର,୨୪୮: ବାଲେଶ୍ୱର ସହରର ମାଣିଖମ୍ବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହା ଆଡ଼ମ୍ବର ସହକାରେ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ରବିନାରାୟଣ ମିଶ୍ର ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ଶ୍ରୀକୃଷ୍ଣଙ୍କ ଦିବ୍ୟ ବାଲ୍ୟଲୀଳାର ସମ୍ପର୍କରେ ବର୍ଣ୍ଣନା କରିବା ସହ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କୁ ସଫଳତା ପାଇଁ ନିଜର ଲକ୍ଷ୍ୟପଥ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଧାକର ପାଢ଼ୀ, ଉପ- ସଭାପତି ଅମର କୁମାର ସେଠୀ ଏଥିରେ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷାଦାନ ପଦ୍ଧତି ଓ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ପ୍ରଧାନ ଆଚାର୍ଯ୍ୟ ପୁରଜିତ୍ ମୁନି ପୌରୋହିତ୍ୟ କରିବା ସହ ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଇତିହାସ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ବିଦ୍ୟାଳୟ ଆଚାର୍ଯ୍ୟ ସନାତନ ବାରିକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରେ ବିଦ୍ୟାଳୟରେ ଆୟୋଜିତ କୃଷ୍ଣବେଶ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
Comments
Post a Comment