ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନ ପତ୍ରର ମୂଲ୍ୟ ପତ୍ର ଲେଖାଯାଇଥିବା ସେହି କାଗଜର ମୂଲ୍ୟ ସହ ସମାନ ନୁହେଁ। ପାକିସ୍ତାନ ଏବେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଚେଷ୍ଟା କରୁଛି। ଜାମ୍ମୁ କାଶ୍ମୀରର କୌଣସି ହସ୍ପିଟାଲରେ ଔଷଧର ଅଭାବ ନାହିଁ। କେଉଁଠି ବି ଗୋଟିଏ ଗୁଳି ଚଲାଯାଇନି, ଧନ ଓ ଜୀବନ କ୍ଷତିର ଖବର ନାହିଁ। ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେଉଛି।
କାଶ୍ମୀର ପାଇଁ ଆମେ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଏବଂ ଏଥିପାଇଁ ଆବଶ୍ୟକ ପଡ଼ିଲେ ଭାରତ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଆମେ ପ୍ରସ୍ତୁତ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବକ୍ତବ୍ୟକୁ ଭାରତ ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ଭାରତ ଇମ୍ରାନଙ୍କ ଏହି ବକ୍ତବ୍ୟକୁ ନିହାତି ଦାୟିତ୍ୱହୀନ ବୋଲି କହିଛି । ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଭିସ୍ କୁମାର ଗଣମାଧ୍ୟମ ଆଗରେ ସରକାରଙ୍କ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ପାକ୍ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ଆମେ କଠୋର ଭାଷାରେ ନିନ୍ଦା କରୁଛୁ । ଜାମ୍ମୁ-କ।।୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଏଥିରେ ପାକିସ୍ତାନ ମୁଣ୍ଡ ଖେଳାଇବାର କୋଣସି ଆବଶ୍ୟକତା ନାହିଁ । ପାକିସ୍ତାନର କୋଣସି ନେତାଙ୍କ ନାମ ନନେଇ ସେ କହିଛନ୍ତି ଯେ, କାଶ୍ମୀରରେ ଯେଉଁମାନେ ଜିହାଦ୍ ପାଇଁ ଆହ୍ୱାନ କରୁଛନ୍ତି ସେମାନେ ଭାରତରେ ହିଂସା ଏବଂ ଆତଙ୍କବାଦକୁ ଉସୁକାଉଛନ୍ତି । ଏହା ବିରୋଧରେ ଭାରତ କନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପାକ୍ ରେଳବାଇ ମନ୍ତ୍ରୀ ଶେଖ୍ ରସିଦ୍ ଅହମ୍ମଦ ବୁଧବାର ଦିନ କହିଥିଲେ ଯେ, ଆଗାମୀ ଅକ୍ଟୋବର-ନଭେମ୍ବର ପରେ ଭାରତ- ପାକିସ୍ତାନ ଯୁଦ୍ଧ ଲାଗିପାରେ । ଏହାକୁ ସମାଲୋଚନା କରି ଭାରତୀୟ ମୁଖପାତ୍ର କହିଛନ୍ତି ଯେ, ପାକିସ୍ତାନ ଏହାର ପରିଣାମ ସମ୍ପର୍କରେ ଅବଗତ ହେବା ଉଚିତ । ପାକିସ୍ତାନ ସାରା ବିଶ୍ୱରେ ସମର୍ଥନ ଅଭାବରୁ ଏବେ ବିଚଳିତ ଜଣାପଡୁଛି ।
ପାକିସ୍ତାନର ମନ୍ତ୍ରୀମାନେ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ଉତ୍ତେଜକ ଭାଷଣ ଦେଉଛନ୍ତି। ପାକିସ୍ତାନ ଦାୟିତ୍ୱବିହୀନ ଟିପ୍ପଣୀ ଦେଇ ଆମ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି ଓ ଆମେ ଏହାର ତୀବ୍ର ନିନ୍ଦା କରୁଛୁ। ପାକିସ୍ତାନ ଉତ୍ତେଜକ ଭାଷଣ ମାଧ୍ୟମରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି, ହେଲେ ବାସ୍ତବତା ଭିନ୍ନ ରହିଛି। ବିଶ୍ୱ ଏବେ ପାକିସ୍ତାନର ଏହି ଯୋଜନାକୁ ବୁଝିପାରିଛି। ଏବେ କେହି ପାକିସ୍ତାନର ମନଗଢା କଥା ଶୁଣିବେ ନାହିଁ।

Comments
Post a Comment