ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଏବିଭିପିର ବିକ୍ଷୋଭ


ସମ୍ବଲପୁର,୨୩ା୮ : ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଏହି ନିଷ୍ପତି ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଶୁକ୍ରବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାଦ୍ୱାରା ଜଣେ ଛାତ୍ର ନେତା ଗଠନ ହେବାରେ ବିଜେଡି ବାଧକ ସାଜୁଥିବା କର୍ମକର୍ତା ମାନେ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଛାତ୍ର ବିଜେଡି ସଙ୍ଗଠନ ବିଭିନ୍ନ କଲେଜରେ ଶୌଚନୀୟ ଭାବେ ପରାଜୟ ବରଣ କରିବା ଭୟରେ ଏଭଳି ନିଷ୍ପତି ନେଇଛି । ଏହାଦ୍ୱାରା ଛାତ୍ର ମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହୋଇଛି । ଫଳରେ କିଛି କଲେଜ ଅଧ୍ୟାପକ ଓ କୁଳପତିଙ୍କୁ ହାତ ବାରସି କରି ବିଜେଡି ନେତା ମାନେ ତାଙ୍କ ମନ ମୁତାବକ ଛାତ୍ର ନେତା ମନୋନୀତ କରିବେ । ଫଳରେ ଛାତ୍ରଛାତ୍ରୀ ମାନେ ନିଜର ହକ୍ ପାଇବାରୁ  ବଂଚିତ ହେବେ । ସରକାର ତାଙ୍କ ନିଷ୍ପତି ପୁନଃ ବିଚାର ନକଲେ ତେବେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Comments