ସିମଲା: ହିମାଚଳ ପ୍ରଦେଶରେ ଏବେ ଜୋର ଜବରଦସ୍ତି, ଭୟ, ପ୍ରଲୋଭନ ଆଦି ଦ୍ୱାରା କରାଯାଉଥିବା ଧର୍ମାନ୍ତରୀକରଣ ଉପରେ ରୋକ ଲାଗିବ । ଜୋର ଜବରଦସ୍ତି ଧର୍ମାନ୍ତରଣକୁ ରୋକିବା ପାଇଁ ହିମାଚଳ ସରକାରଙ୍କ ତରଫରୁ ବିଜେପି ପକ୍ଷରୁ ଏ ନେଇ ବିଧାନସଭାରେ ବିଲ ପାରିତ ହୋଇଛି । କଂଗ୍ରେସ ଦଳ ପକ୍ଷରୁ ଏହି ବିଲକୁ ବିରୋଧ କରା ଯାଇଥିଲା । ଏହି ବିଲରେ ପ୍ରଲୋଭନ, ଜୋର ଜବରଦସ୍ତି ଓ ଅନୁଚିତ ଭାବେ ପ୍ରଭାବିତ କରି, ଚାପ ପକାଇ, ବିବାହ ବା ଅନ୍ୟ କୌଣସି ଠକେଇ ମାଧ୍ୟମରେ ଧର୍ମ ପରିବର୍ତନକୁ ରୋକା ଯିବାର ବ୍ୟବସ୍ଥା ରହିଛି । ଯଦି କେବଳ ଧର୍ମାନ୍ତରୀକରଣ ଉଦ୍ଦେଶ୍ୟରେ ବିବାହ କରା ଯାଇଥାଏ ତେବେ ଏହାକୁ ଅମାନ୍ୟ ବୋଲି ସ୍ୱୀକାର କରା ଯିବ । ଏହି ବିଲ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର ରିଲିଜନ ବଦଳାଇବାକୁ ଚାହୁଁଛି ତେବେ ତାକୁ ଅତି କମରେ ଗୋଟିଏ ମାସ ଆଗରୁ ଜିଲ୍ଲାଧିକାରୀଙ୍କୁ ଲେଖି ଜଣାଇବାକୁ ପଡିବ । ଏହି କାମ କରାଉଥିବା ପୁରୋହିତ. ପାଦ୍ରୀ ବା ମୌଲବୀକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଲେଖି ଏକ ମାସ ଆଗରୁ ଜଣାଇବାକୁ ପଡିବ ।

Comments
Post a Comment