ନୂଆଦିଲ୍ଲୀ, ୨୯/୮ : ବାଂଲାଦେଶର ଆତଙ୍କୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍ବି)ର ମୁଖ୍ୟକୁ କୋଲକତା ଏସ୍ଟିଏଫ୍ ଗିରଫ କରିସାରିଛି । ତାକୁ ଜେରା ସମୟରେ ବହୁ ଚାଞ୍ଚଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଜାଜ ପ୍ରାୟ ୧ ବର୍ଷ ହେବ ଲଗାତାର ଉତର ବଙ୍ଗଳାକୁ ଗସ୍ତ କରିସାରିଥିବା ସେ କହିଛି । ପଶ୍ଚିମବଙ୍ଗର ମୁର୍ଶିାଦାବାଦ ଜିଲ୍ଲାରେ ସକ୍ରୀୟ ଥିବା ଧୂଲିଆ ଆତଙ୍କୀ ମଡ୍ୟୁଲକୁ ମଜବୁତ କରିବା ଲାଗି ଏଜାଜ କାମ କରୁଥିଲା । ଏଥିସହିତ ସେ ଉତର ଦିନାଜପୁରରେ ମଧ୍ୟ ଆଉ ଏକ ନୂତନ ଆତଙ୍କୀ ସଂଗଠନର ଶାଖା ଖୋଲିବାକୁ ଚେଷ୍ଟା ଚଳାଇଥିବା କୋଲକତା ଏସ୍ଟିଏଫ୍ ନିକଟରେ ଏଜାଜ ମାନିଛି । ସେ କ୍ରମାଗତ ଭାବେ ଦିନାଜପୁରର ଗ୍ରାମଗୁଡ଼ିକ ଗସ୍ତ କରି ସେଠାରେ ବଡ଼ ଭୋଜିଭାତର ଆୟୋଜନ କରି ସ୍ଥାନୀୟ ଯୁବକଙ୍କୁ ଭାରତ ବିରୁଦ୍ଧରେ ଦେଶଦ୍ରୋହ ଓ ଆତଙ୍କୀ କାମ କରିବାକୁ ଉସ୍କାଉଥିବା ଜେରା ସମୟରୋ ଏଜାଜ ମାନିଛି । ପ୍ରକାଶ୍ୟ ଯେ, ଏଜାଜକୁ କୋଲକତା ଏସ୍ଟିଏଫ୍ ଗତ ମଙ୍ଗଳବାର ଗିରଫ କରିଥିଲା ।
Comments
Post a Comment