ନୂଆଦିଲ୍ଲୀ,୩୦/୮: ଇମ୍ରାନ୍ଖାଁଙ୍କ ନୂଆ ପାକିସ୍ତାନରେ ହିନ୍ଦୁ, ଖ୍ରୀଷ୍ଟିଆନଙ୍କ ପରି ଶିଖ୍ମାନେ ମଧ୍ୟ ଅସୁରକ୍ଷିତ । ସେମାନଙ୍କର ପରିସ୍ଥିତି ବହୁତ ଖରାପ । ଏଠାରେ ଶିଖ୍ ନାବାଳିକାମାନେ ମଧ୍ୟ ଅସୁରକ୍ଷିତ । ପାକିସ୍ତାନ ପଂଜାବର ନାନ୍କନ୍ ସାହେବରେ ଏକ ନୂଆ ଘଟଣା ସମ୍ମୁଖକୁ ଆସିଛି । ଚାରି ଦିନ ତଳେ କିଛି ମୁସଲମାନ ଗୁଣ୍ଡାମାନେ ଗୁରୁଦ୍ୱାର ତାମ୍ବୁ ସାହେବ ଓ ନାନ୍କନ ସାହେବର ଗ୍ରନ୍ଥୀ ଭଗବାନ ସିଂହଙ୍କ ଘରେ ପଶି ତାଙ୍କର ନାବାଳିକା ଝିଅକୁ ଯୋରଜବରଦସ୍ତି ଉଠାଇ ନେଇଛନ୍ତି । ଅପହୃତ ହୋଇଥିବା ଝିଅ ଜଗଜୀତ କୌରର ବୟସ ମାତ୍ର ୧୬ ବର୍ଷ ।
ତାଙ୍କ ପରିବାର ତରଫରୁ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କିନ୍ତୁ ଏବେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଜଗଜୀତ ଇସଲାମ ଧର୍ମ ଗ୍ରହଣ କରିବା ସହିତ ତାକୁ ନିକାହ ପଢାଯାଉଛି । ଜଗଜୀତର ନାମ ପରିବର୍ତନ କରାଯାଇ ଆୟଶା ରଖାଯାଇଛି ଏବଂ ତାଙ୍କ ନିକଟରେ ମହମ୍ମଦ ଏହସାନ ନାମକ ବ୍ୟକ୍ତି ବସି ନିକାହ ପଢୁଛି ।\nଜଗଜୀତଙ୍କ ପରିବାର ତରଫରୁ ଅଭିଯୋଗ କରାଯାଇଛି ଯେ, ଜଗଜୀତ କୌରକୁ ଭୟ ଦେଖାଇ ଧମକାଇ ଧର୍ମାନ୍ତରୀତ କରାଯିବା ସହିତ ବିବାହ ମଧ୍ୟ କରି ଦିଆଯାଇଛି । ପରିବାର ତରଫରୁ ଯେତେ କାକୁତି ମିନତି ହେଲେ ମଧ୍ୟ ପୋଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

Comments
Post a Comment