ଶ୍ରୀହରିକୋଟା : ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଥିବା ଚନ୍ଦ୍ରଯାନ-୨ ଦ୍ୱାରା ଉଠାଯାଇଥିବା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ପ୍ରକାଶ କରିଛି ଇସ୍ରୋ । ଚନ୍ଦ୍ରପୃଷ୍ଠରୁ ୨,୬୫୦ କିମି ଦୂରରୁ ଏହି ଫଟୋ ଉଠାଯାଇଛି । ଏଥିରେ ଚନ୍ଦ୍ରପୃଷ୍ଠର ଚିତ୍ର ଅତି ସ୍ପଷ୍ଟ ଦେଖାଯାଉଛି । ଆସନ୍ତା ମାସ ୭ ତାରିଖରେ ଏହି ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି । ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ମହାକାଶକୁ ଉତ୍କ୍ଷେପିତ ହୋଇଥିଲା । ଇତିମଧ୍ୟରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି । ଚଳିତ ମାସରେ ଏହା ଚନ୍ଦ୍ରକୁ ୪ ଥର ପ୍ରଦୀକ୍ଷଣ କରିବ । ସେପ୍ଟେମ୍ବର ୭ ରାତି ୧ଟା ୫୫ ମିନିଟ୍ରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀର ଅବତରଣ କରିବ ।

Comments
Post a Comment