କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁଣ୍ଡ ପୁରାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୨୯।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା ବେଳେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଶ୍ମୀର କେବେ ପାକିସ୍ତାନର ଥିଲା ଯେ ଆଜି ସେ କଶ୍ମୀର ପାଇଁ କାନ୍ଦୁଛି? କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁଣ୍ଡ ପୁରାଇବା ଉଚିତ ନୁହେଁ ବୋଲି ରାଜନାଥ କହିଛନ୍ତି। ସେ ଆହୁରି ମଧ୍ୟ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, ପାକିସ୍ତାନର ଅସ୍ତିତ୍ୱ ଅଛି ବୋଲି ଆମେ ତାକୁ ସମ୍ମାନ କରୁଛେ। ଏହାର ଅର୍ଥ ନୁହେଁ ସେ କଶ୍ମୀର ମାମଲାରେ ମୁଣ୍ଡ ଖେଳାଇବ। ଏବେ ଯଦି କଥା ହେବାର ଅଛି ତେବେ କେବଳ ପିଓକେକୁ ନେଇ ପାକିସ୍ତାନ କଥା ହେଉ ବୋଲି ସେ କହିଛନ୍ତି।
କାଶ୍ମୀର କେବେ ପାକିସ୍ତାନର ଅଂଶ ଥିଲା ଯେ ସେ କାନ୍ଦୁଛି  । ପାକିସ୍ତାନ ଗଠନ ହେବା ପରେ ଏହାକୁ ଆମେ ଏକ ରାଷ୍ଟ୍ର ରୂପେ ସମ୍ମାନ ଦେଉଛୁ  । କିନ୍ତୁ କାଶ୍ମୀର ଉପରେ ପାକିସ୍ତାନର କେବେ ବି କୌଣସି ଅଧିକାର ନଥିଲା ବୋଲି ଗୁରୁବାର ଲଦାଖରେ କିଷାନ-ଜୱାନ ବିଜ୍ଞାନ ମେଳାକୁ ଉଦ୍ଘାଟନ କରି ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  । ଶ୍ରୀ ସିଂହ ଆହୁରି କହିଛନ୍ତି ଯେ, ପିଓକେ, ଗିଲଗିଟ ଓ ବାଲ୍ଟିସ୍ତାନ ଉପରେ ପାକିସ୍ତାନର କୌଣସି ଅଧିକାର ନଥିବାବେଳେ ସେ ଏହାକୁ ଅବୈଧ ଭାବେ କବ୍ଜା କରି ସେଠାରେ ଅତ୍ୟାଚାର ଚଳାଇଛି  । ପିଓକେରେ ପାକ୍ ସେନା ସେଠାକାର ବାସିନ୍ଦାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି  । ମାତ୍ର ତା’ ପ୍ରତି ପାକିସ୍ତାନ ଧ୍ୟାନ ଦେଉନାହିଁ  । ତେବେ ୧୯୯୪ରେ ସଂସଦରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଯେଉଁଥିରେ ଭାରତର ଭୌଗୋଳିକ ସ୍ଥିତି ସଂକ୍ରାନ୍ତରେ ସ୍ପଷ୍ଟ କରାଯ।।ଇସାରିଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି  । ପ୍ରକାଶ୍ୟ ଯେ, ଲଦାଖରେ ଯେଉଁ ବିଜ୍ଞାନ ମେଳାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଉଦ୍ଘାଟନ କରିଥିଲେ ସେଠାରେ ସମୁଦ୍ର ପତନ ଠାରୁ ହଜାର ହଜାର ଫୁଟ ଉଚ୍ଚରେ ଥାଇ ସୁଦ୍ଧା ଚାଷ କରି ଉତ୍ପାଦିତ ଫସଲ ଓ ପନିପରିବାକୁ ପ୍ରଦର୍ଶିତ କରାଯାଇଥିଲା  । ଜମ୍ମୁ-କାଶ୍ମୀର ଠାରୁ ଅଲଗା ହୋଇ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହା ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କ ପ୍ରଥମ ଲଦାଖ ଗସ୍ତ ଅଟେ  । ଏହି ମେଳାର ଆୟୋଜନ ଡିଫେନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ଅଲ୍ଟିଟ୍ୟୁଡ୍ ରିସର୍ଚ୍ଚ ବିଭାଗ ଦ୍ୱାରା କରାଯାଇଥିଲା  । ଏହି ବିଜ୍ଞାନ ମେଳାରେ ରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ବିକଶିତ କୃଷି ଉତ୍ପାଦକ ଯଥା ଗହମ, ବାଜରା, ମକା, ଫଳ, ପନିପରିବା ଓ ବୀଜଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି  । ଏହି ପନିପରିବା ଓ ଫଳ ପ୍ରତିକୂଳାମତ୍ମ ପାଣିପାଗରେ ମଧ୍ୟ ଫଳିବାକୁ ସକ୍ଷମ ଅଟେ । 

Comments