ଅମ୍ବାଦଳା ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା


ମୁନିଗୁଡା, ୨୫/୮ : ରବିବାର ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଶିଶୁ ମନ୍ଦିରରେ ଶଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ସାତଟି ଶିଶୁ ମନ୍ଦିରର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ନିବନ୍ଧ ଲିଖନ, ସସ୍କୃତ ଜ୍ଞାନ, ବିଜ୍ଞାନ, ଗଣିତ ପ୍ରତିଯୋଗୀତାରେ ପ୍ରାୟ ୧୪୧ଜଣ ଭାଗ ନେଇଥିଲେ ସେଥିମଧ୍ୟରୁ ୩୨ଟି ବିଜ୍ଞାନ ପ୍ରକଳ୍ପ ଓ ୧୬ଟି ଗଣିତ ପ୍ରକଳ୍ପ ରହିଛି । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନ ଅବସରରେ ଅମ୍ବାଦଳା ସାମନ୍ତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ମନୋଜ କୁମାର ଦାସ, ମୁଖ୍ୟ ଅତିଥି ଭାବେ ଦ୍ୱୀପ ପ୍ରଜ୍ଜ୍ୱଳନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପଦ୍ମଚରଣ ମହାପାତ୍ର, ସଭାପତି ମୋହନ ସାହୁ, ସମ୍ପାଦକ ବିଜୟ ମିଶ୍ର ଯୋଗ ଦେଇଥିବାବେଳେ ଉଦ୍ଯାପନ ଉତ୍ସବରେ ଅମ୍ବାଦଳା ଥାନା ଆଇଆଇସି ବନ୍ଦନା ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଆସନ୍ତା ମାସରେ ହେବାକୁଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଉଚ୍ଚକୋଟିର ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ ବୋଲି ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ଠାକୁର ପ୍ରକାଶ କରିଛନ୍ତି । ଶେଷରେ ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ କୃତିତ୍ୱ ଅର୍ଜନ କରିଥିଲେ ସେମାନଙ୍କୁ ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାଏକ ପୁରଷ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ବିଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜି ଗୁରୁମା ଓ ସେବିକାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Comments