ରାୟଗଡା, : ଭାରତୀୟ ମଜଦୁର ସଂଘ ପକ୍ଷରୁ ଦୁଇଦିନ ବ୍ୟାପି ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ଇଏସ୍ଆଇ ହସ୍ପିଟାଲ, ଗାୟତ୍ରୀ ନଗରସ୍ଥିତ ପ୍ରେମପାହାଡ ଏବଂ କତୁରୁସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟ ସ୍ୱର୍ଗଦ୍ୱାର ରାସ୍ତାରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ ଦିବସକୁ ଏକ ସାର୍ବଜନୀନ ପର୍ବ ଭାବେ ପାଳନ କରିବା ସହ ପରିବେଶ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ସଂଘର ଏକମାତ୍ର ଲକ୍ଷ । ପରିବେଶ ନରହିଲେ ଜୀବସତା ରହିବ ନାହିଁ । ପରିବେଶ ସଂରକ୍ଷଣ ନିମିତ ସମସ୍ତ ସହଯୋଗ ଆବଶ୍ୟକତା ରହିଛି ବୋଲି ଉପସ୍ଥିତ କର୍ମକର୍ତାମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସମ୍ପର୍କାଦକ ଖଗେଶ୍ୱର ସିଂ, ପ୍ରଳୟ ସାହୁ, ରବିନାରାୟଣ ଗୌଡ, କେକେ ଜେନା, ପି ମିନାକ୍ଷୀ ଦୋରା, ରାଜଶ୍ୱରୀ ରଣସିଂ, ଜିତା ଉଲ୍ଲାକା, ସସ୍ମିତା ବାଗ, ସତ୍ୟନାରାୟଣ ସାହୁ, ବିଜୟ ଲକ୍ଷ୍ମୀ ବିଶୋି, ସୁନିତା ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ ।

Comments
Post a Comment