ପିପିଲି, ୨୫ା୮ : ପିପିଲି ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମି ପାଳନ କରାଯାଇଛି ।ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀ ମାନେ ରାଧାକୃର୍ଷ୍ଣ ଙ୍କ ବେଶରେ ସୁସଜ୍ଜିତ ହୋଇ ବିଦ୍ୟାଳୟରେ ଭାଗ ନେଇଥିଲେ । ଶିଶୁ ବିଦ୍ୟା ମନ୍ଦିର ତରଫରୁ ସେମାନଙ୍କୁ ପାରମ୍ପାରିକ ନିତିରେ ପୁଜାର୍ଚ୍ଚନା କରାଯାଇଛି । ତାପରେ ଅତିଥି ମାନଙ୍କ ଦ୍ୱାରା ସୁସଜ୍ଜିତ ରାଧାକୃର୍ଷ୍ଣ ବେଶଧାରି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପିଲି ଏସଡିପିଓ ଦେବଦତ ବରାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ରଘୁନାଥ ଜେନା ମୁଖ୍ୟବକ୍ତା ଭାବେ ବିକ୍ରମ କେଶରି ସିଂହ,ଅନ୍ୟତମ ଅତିଥି ଭାବେ ଶଙ୍କରର୍ଷଣ ପ୍ରଧାନ ସାମ୍ବାଦିକ ପ୍ରଦ୍ୟୁମ୍ନ ସୁବୁଦ୍ଧି ଓ ହେମନ୍ତ କୁମାର ସେଠୀ ପ୍ରମୁଖ ଯୋଗ ଦେଇ କୁନିକୁନି ରାଧାକୃର୍ଷ୍ଣ ବେଶ ଧାରୀ ପିଲା ମାନଙ୍କୁ ସମ୍ମାନିତ କରିଥିଲେ । ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ଜେନା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁମା ଓ ଗୁରୁଜୀ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Comments
Post a Comment