ବାରିପଦା : ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣି ବୈଠକ ବାରିପଦାର ପ୍ରୟାସ ହଲ ଠାରେ ୧୯ ଓ ୨୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଯୁବ ମାନସର ପ୍ରତୀକ ଭାବରେ ସ୍ୱାମୀ ବିବେକା ନନ୍ଦ ଏବଂ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ସମ୍ମୁଖରେ ରାଜ୍ୟ ସବାପତି ଅଧ୍ୟାପକ ଶ୍ରୀ ଭାଗିରଥି ପୃଷ୍ଟି, ରାଜ୍ୟ ସମ୍ପାଦକ ଶ୍ରୀ ଶଶିକାନ୍ତ ମିଶ୍ର ଏବଂ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଅଭିଳାଶ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ବୃକ୍ଷରୋପଣର ମହତ୍ୱକୁ ଅନୁଭବ କରି ଅତିଥି ମାନଙ୍କୁ ଚାରା ପ୍ରଦାନ କରି ସ୍ୱାଗତ କରିଥିଲେ କର୍ମକର୍ତା ମାନେ । ରାଜ୍ୟରେ ବଢିଚାଲିଥିବା ଶିକ୍ଷା ସମସ୍ୟା ତଥା ଏହାର ସମାଧାନ ଦିଗରେ ଏ.ବି.ଭି.ପି.ର ଭୁମୀକା ବିଷୟରେ ରାଜ୍ୟ ସଭାପତି ଶ୍ରୀ ପୃଷ୍ଟି କାର୍ଯ୍ୟକର୍ତା ମାନଙ୍କୁ ଅବଗତ କରାଇ ଥିଲେ । ଶିକ୍ଷାର ଗୁଣବତାକୁ ଉନ୍ନତ ମାନର କରିବା ଏବଂ ଏକ ଦାୟୀତ୍ୱବାନ ରଷ୍ଟ୍ରବାଦୀ ଛାତ୍ର ସଂଗଠନ ଭାବରେ ରାଜ୍ୟରେ ଦେଖାଯାଇଥିବା ବେକାରୀ ସମସ୍ୟାର ଦୂରୀକରଣକୁ ନେଇ ଏ.ବି.ଭି.ପି.ର ଆଗାମୀ ପଦକ୍ଷେପ ବିଷୟରେ ରାଜ୍ୟ ସମ୍ପାଦକ ଶ୍ରୀ ମିଶ୍ର ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ରାଜ୍ୟରେ ନିଶା , ପ୍ରବେଶ ପରୀକ୍ଷା- ପାଠ୍ୟକ୍ରମ ପରିଣାମକୁ ବ୍ୟବସ୍ଥିତ କରିବା ଏବଂ ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ସ୍ଥିତି ଉପରେ ଆଲୋକପାତ କରିବା ଭଳି ୩ଟି ପ୍ରସ୍ତାବ ଉପରେ ଗୁରୁତ୍ୱ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାଯାଇଛି । ଏହି ବୈଠକରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ, ଗୁରୁନାନକଙ୍କ ୫୫୦ତମ ପ୍ରକାଶ ପର୍ବ, ଜାଲିୱାନାବାଗ ହତ୍ୟାକାଣ୍ଡର ୧୦୦ ବର୍ଷ ପୂର୍ତି ଅବସରରେ ରାଜ୍ୟର ସମସ୍ତ ନଗର ଏବଂ ମହାବିଦ୍ୟାଳୟ ମାନଙ୍କରେ ଶାଖା ତରଫରୁ ପାଳନ କରାଯିବାର ନିଷ୍ପତି ନିଆଯାଇଛି ।

Comments
Post a Comment