ସତଲେଜ ନଦୀରେ ପାକିସ୍ତାନ ଟ୍ୟାନେରୀ କମ୍ପାନୀଗୁଡିକର ବର୍ଜ୍ୟ ଜଳ ଛାଡିଦେଇଛି


ଫିରୋଜପୁର ,୨୬/୮ : ଭାରତ ସିନ୍ଧୁ ନଦୀର ବନ୍ୟାଜଳକୁ ନିୟନ୍ତ୍ରିତ ଭାବେ ଛାଡିବା ସତ୍ୱେ ସତଲେଜ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ତେବେ ପାକିସ୍ତାନ ଏହାକୁ ଅଧିକ ଉଗ୍ର କରିବାପାଇଁ ଉଦ୍ୟମ କରି ବିଫଳ ହୋଇଛି । ଏହି ନଦୀ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଏପଟ ସେପଟ ହୋଇ ପ୍ରବାହିତ ହୋଇଛି । ପାକିସ୍ତାନର ଫାଜିଲକା ଜିଲ୍ଳାରେ ପ୍ରବେଶ କରିବା ପୂର୍ବରୁ ଏହା ଫିରୋଜପୁର ଜିଲ୍ଳାର ଟେଣ୍ଡିୱାଲା ଗ୍ରାମ ନିକଟରେ ଭାରତ ମଧ୍ୟକୁ ପ୍ରବେଶ କରିଛି । ପାକିସ୍ତାନରେ ଗୋମାଂସ ସଂଗ୍ରହ ପରେ ଗାଈଗୋରୁଙ୍କ ଚମଡାରୁ ଅନେକ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ । ତେଣୁ ଏହି ଅଂଚଳରେ ଚମଡାଶିଳ୍ପ କମ୍ପାନୀ ପ୍ରତିଷ୍ଠିତ ହୋଇଛନ୍ତି । ପାକିସ୍ତାନ ଭାରତରେ ଉତେଜନା ସୃଷ୍ଟି କରିବା ଏବଂ ଧର୍ମୀୟ ଅସହିଷ୍ଣୁତା କାରଣରୁ ଗନ୍ଧା ସିଂ ୱାଲା ଗ୍ରାମ ନିକଟରେ ସତଲେଜ ନଦୀରେ ପାକିସ୍ତାନ ଟ୍ୟାନେରୀ କମ୍ପାନୀଗୁଡିକର ବର୍ଜ୍ୟ ଜଳ ଛାଡିଦେଇଛି । ଫଳରେ ବନ୍ୟାଜଳ ସମ୍ପୂର୍ଣ୍ଣ ପଦୂଷିତ ହେବା ସହ ଏହା ଆହୁରି ଉଗ୍ର ହୋଇଛି । ଫିରୋଜପୁର ଜିଲ୍ଳାର ଟେଣ୍ଡିୱାଲା ଗ୍ରାମ ନିକଟରେ ଏହି ନଦୀର ବନ୍ଧ ଭାଙ୍ଗିଯାଇଛି । ଫଳରେ ପ୍ରଦୂଷିତ ଜଳ ପାକିସ୍ତାନର ଦୁଇଟି ଜିଲ୍ଳାରେ ବ୍ୟାପି ଯାଇଛି । ଏହି ବନ୍ୟାରେ ପ୍ରାୟ ୫୦୦ରୁ ଅଧିକ ଲୋକ ଗୃହଶୂନ୍ୟ ହୋଇଛନ୍ତି । ପାକିସ୍ତାନ ଭାରତରେ ଧର୍ମୀୟ ଉତେଜନା ସୃଷ୍ଟି କରିବା ପାଇଁ ଯେଉଁ ଚକ୍ରାନ୍ତ ରଚିଥିଲା ତାହା ନିଜ ପାଇଁ ଘାତକ ହୋଇଛି । ତେବେ ଏହି ବନ୍ୟାର କିଛି ପ୍ରଭାବ ଭାରତ ସୀମାବର୍ତୀ ଅଂଚଳର କିଛି ଅଂଶରେ ଦେଖିବାକୁ ମିଳିଛି ।

Comments