ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଆମେରିକାର ପ୍ରସିଦ୍ଧ ମ୍ୟାଗାଜିନ ବା ପତ୍ରିକା ‘ଟାଇମ୍ସ’ରେ

ୱାଶିଂଟନ, ୨୮/୮  : ଆମେରିକାର ପ୍ରସିଦ୍ଧ ମ୍ୟାଗାଜିନ ବା ପତ୍ରିକା ‘ଟାଇମ୍ସ’ରେ ବିଶ୍ୱର୧୦୦ଟି ପ୍ରସିଦ୍ଧ ସ୍ଥାନର ତାଲିକା ପ୍ରକାଶ ପାଇଛି  । ଏଥିରେ ଭାରତର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ତଥା ଲୌହପୁରୁଷ ଭାବେ ଅଭିହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସ୍ଥାନ ପାଇଛି  । ଏ ସଂକ୍ରାନ୍ତରେ ଜାଣି ପ୍ରଧାନମନ୍ତ୍ରୀ ମୋଦି ଖୁସୀ ବ୍ୟକ୍ତ କରି ଟ୍ୱିଟ୍ରେ ଲେଖିଛନ୍ତି ଯେ, ‘ଶାନଦାର  । ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ‘ଟାଇମ୍’ ମ୍ୟାଗାଜିନ୍ ସ୍ଥାନିତ ହୋଇଛି  । କିଛି ଦିନ ତଳେ ଗୋଟିଏ ଦିନରେ ଏଠାକୁ ପ୍ରାୟ ୩୪ ହଜାରରୁ ଅଧିକ ପର୍ଯ୍ୟଟକ ଦର୍ଶନ ପାଇଁ ଆସି ରେକର୍ଡ ସ୍ଥାପନା କରିଛନ୍ତି  । ଏହା ଏବେ ବିଶ୍ୱର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହୋଇଛି  ।’ ଏଥିସହିତ ସର୍ଦ୍ଦାର ସରୋବର ଡ୍ୟାମର କେତେକ ଫଟୋକୁ ମଧ୍ୟ ପିଏମ୍ ମୋଦି ନିଜ ଟ୍ୱିଟରରେ ସ୍ଥାନିତ କରିଛନ୍ତି  । ଏହି ଫଟୋରେ ସର୍ଦ୍ଦାର ସରୋବର ଡ୍ୟାମର ଜଳସ୍ତର ୧୩୪ ମିଟର ଉଚ୍ଚକୁ ଛୁଇଁଥିବା ଦର୍ଶାଯାଇଛି  । ପ୍ରକାଶ୍ୟ ଯେ, ପ୍ରାୟ ୩ ହଜାର କୋଟି ଟଙ୍କାରେ ନିର୍ମିତ ୧୮୨ ମିଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଏହି ଭବ୍ୟ ସୁରମ୍ୟ ଷ୍ଟାଚ୍ୟୁକୁ ପ୍ରଧାନମନ୍ତ୍ରୀ ମୋଦି ଗତ ୨୦୧୯ ଅକ୍ଟୋବର ୩୧ତାରିଖରେ ଲୋକାର୍ପିତ କରିଥିଲେ  ।\n

Comments