କେନ୍ଦ୍ରାପଡ଼ା,୨୭/୮: - ତିନିମୁହାଣୀ ବଜାର କମିଟି ସଭାପତି ତଥା ବଜରଙ୍ଗ ଦଳର ଛାମୁଆ ନେତା ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ଗୁଳିମାରି ହତ୍ୟା ଉଦ୍ୟମର ଚେର ଲମ୍ବି ଲମ୍ବି ଯାଉଛି । ଏଥିରେ ସଂପୃକ୍ତ ଥିବା କାହାରିକୁ ପୋଲିସ୍ ଛାଡିବ ନାହିଁ ବୋଲି ଶପଥ ନେଇଥିବାର ଜଣାପଡୁଛି । କେନ୍ଦ୍ରାପଡା ସ୍ୱେଶାଲ୍ ସ୍କ୍ୱାର୍ଡ ମଙ୍ଗଳବାର ପୂର୍ବାହ୍ନରେ ସହରର ଜଣାଶୁଣା ପୂର୍ବତନ କାଉନ୍ସିଲର ଓ ଜନୈକ ଶାସକ ଦଳ ନେତାଙ୍କୁ ଉଠାଇ ନେଇ ଗୁପ୍ତ ସ୍ଥାନରେ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି ।ଏହି ଘଟଣା କେନ୍ଦ୍ରାପଡା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସଂପର୍କରେ ପୋଲିସକୁ ପଚାରିବାରୁ ନାମ ପ୍ରକାଶ ନକରି ବତମାନ ତଦନ୍ତ ଚାଲିଛି, ଆସନ୍ତାକାଲି ସବୁ କଥା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ ଘଟଣାରେ ସଂପୃକ୍ତି ଥିବା ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଅଧିକ ଖୋଳତାଡ ପାଇଁ ପୂର୍ବତନ କାଉନ୍ସିଲରଙ୍କୁ ପୋଲିସ୍ ନିଜ ହେପାଜତକୁ ନେଇ ତଦନ୍ତକୁ ଗତିଶୀଳ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କୁ ମୁକୁଳାଇବା ପାଇଁ ସହରର ଦୁଇଜଣ ଯୁବନେତା ପୋଲିସ ନିକଟରେ କାକୁତି ମିନତୀ ହୋଇଥିଲେ ମଧ୍ୟ ନିରାଶ ହୋଇ ଫେରିଛନ୍ତି ।

Comments
Post a Comment