ପ୍ରଥମ ମହିଳା ଫ୍ଲାଇଟ୍ କମାଣ୍ଡର ଙ୍ଗ କମାଣ୍ଡର ଶାଲିଜା ଧାମୀ

ନୂଆଦିଲ୍ଲୀ, ୨୮/୮  : ଭାରତର କନ୍ୟା କୌଣସି ଗୁଣରେ ଯୁବକ ବା ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି  । ସଫଳତାର ଗଗନକୁ ଛୁଇଁବାର କ୍ଷମତା ମଧ୍ୟ ସେମାନଙ୍କ ନିକଟରେ ଅଛି ତାହା ପୁଣି ଥରେ ୱିଙ୍ଗ କମାଣ୍ଡର ଶାଲିଜା ଧାମୀ ପ୍ରମାଣିତ କରି ଦେଖାଇଛନ୍ତି  । ସେ ଦେଶରେ ପ୍ରଥମ ମହିଳା ଫ୍ଲାଇଟ୍ କମାଣ୍ଡର ହେବାର ଗୌରବ ଅର୍ଜନ କରିଛନ୍ତି  । ୧୫ ବର୍ଷ କାଳ ବାୟୁସେନାରେ କାର୍ଯ୍ୟରତ ୱିଙ୍ଗ କମାଣ୍ଡର ଶାଲିଜା ଧାମୀ ହିଣ୍ଡନ ଏୟାରବେସ୍ରେ ଚେତକ ଲଢୁଆ ହେଲିକପ୍ଟର ୟୁନିଟ୍ର ଫ୍ଲାଇଟ୍ କମାଣ୍ଡରର ଦାୟିତ୍ୱ ଗ୍ରହଣ କରିଛନ୍ତି  । ପ୍ରକାଶ୍ୟ ଯେ, ଭାରତୀୟ ବାୟୁସେନାରେ ଫ୍ଲାଇଟ୍ କମାଣ୍ଡରର ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ ପଦବୀ ଅଟେ  । ଶାଲିଜା ଧାମୀ ଏହି ପଦବୀରେ ପଦାସୀନ ହେବା ଦ୍ୱାରା ଆଗକୁ ମହିଳାମାନଙ୍କ ପାଇଁ ଭାରତୀୟ ବାୟୁସେନାରେ ଆଗକୁ ବଢ଼ିବାର ରାସ୍ତା ଖୋଲିଯାଇଛି  । ୯ ବର୍ଷ ସନ୍ତାନର ଜନନୀ ଶାଲିଜା ପଞ୍ଜାବର ଲୁଧିଆନା ନିବାସୀ ଅଟନ୍ତି  । ସେ ପିଲାଟି ବେଳୁ ପାଇଲଟ ହେବାକୁ ଚାହୁଁଥିଲେ  । ସେ ତାଙ୍କ କର୍ମମୟ ଜୀବନର ୧୫ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନାର ଚେତକ ଓ ଚିତା ହେଲିକପ୍ଟରଗୁଡ଼ିକୁ ସଫଳତା ପୂର୍ବକ ଉଡ଼ାଇ ସାରିଛନ୍ତି  । ସେ ଚିତା ହେଲିକପ୍ଟର ପାଇଁ ଭାରତୀୟ ବାୟୁସେନାରେ ଯୋଗ ଦେଉଥିବା ନବାଗତମାନଙ୍କୁ ଟ୍ରେନିଂ ମଧ୍ୟ ଦେଇଥାନ୍ତି  । ୨୩୦୦ ଘଣ୍ଟାର ବିମାନ ଉଡ଼ାଇବାର ଦକ୍ଷତା ଓ ଅନୁଭବ ରଖିଥିବା ୱିଙ୍ଗ କମାଣ୍ଡର ଶାଲିଜା ଧାମୀ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଅଟନ୍ତି ଯାହାଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି  । ପ୍ରକାଶ୍ୟ ଯେ, ୧୯୯୪ରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା  ।

Comments