କେନ୍ଦ୍ରାପଡା,୨୮ ।୮: କେନ୍ଦ୍ରାପଡା ଜିଲ୍ଳାକୁ ଅପରାଧ ଓ ଅପରାଧୀମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଳା ପୋଲିସ ପ୍ରଶାସନ ତତ୍ପର ହୋଇ ଉଠିଛି । ଗତ ଜୁଲାଇ ୧୩ତାରିଖ ସନ୍ଧ୍ୟାରେ ତିନିମୁହାଣୀ ବଜାର କମିଟିର ସଭାପତି ତଥା ଧର୍ମରକ୍ଷା ସେନାର ଜିଲ୍ଳା ସଂଯୋଜକ ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କ ଉପରେ ଗୁଲନଗର ଛକରେ ଗୁଳିକାଣ୍ଡ ଘଟି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିଲା । ଏଘଟଣାରେ ସାଧାରଣରେ ନାହିଁ ନଥିବା ପ୍ରତିକ୍ରିୟା ପ୍ରକାଶ ପାଇବା ସହ କେନ୍ଦ୍ରାପଡା ବାସୀ ସ୍ୱତଃପ୍ରବୃତ ଭାବେ ବନ୍ଦ ପାଳନ କରିଥିଲେ । ଏହାପରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ଏ ମାମଲାର ମାଷ୍ଟରମାଇଣ୍ଡକୁ ନିଜ ସ୍କାନରରେ ରଖିଥିଲା । ଦେଢମାସର ବ୍ୟବଧାନରେ ବିଭିନ୍ନ ତଥ୍ୟ ପ୍ରମାଣର ତଦନ୍ତ କରି ଗତ ମଙ୍ଗଳବାର ବିଜେଡିର ପୂର୍ବତନ ସଂଖ୍ୟାଲଘୁ କାଉନସିଲର ଶେଖ ରହେମତ ଓରଫ ସାନ୍ଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ଉଠାଇ ନେଇ ପଚରାଉଚୁରା କରିଥିଲା । ପୂର୍ବରୁ ଗିରଫ ହୋଇଥିବା ଆସାମୀ ମାନେ ସାନ୍ଙ୍କ ପ୍ରରୋଚନାରେ ଗୁଳିକାଣ୍ଡ କରିଥିବା ପୁଲିସକୁ ସୂଚନା ଦେଇଥିଲାବେଳେ ପୁଲିସ ସାନ୍ର ମୋବାଇଲକୁ ଟ୍ରାକିଂ କରି ଅପରାଧିଙ୍କ ସହ ସମ୍ପର୍କ ଥିବା ପ୍ରମାଣ ପାଇଥିଲା । ଆସାମୀ ସାନ୍ ଗୁଲନଗର ଧର୍ମରକ୍ଷା ସେନା ନେତାଙ୍କ ହତ୍ୟା ମାମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇ ପୋଲିସ ସଦର ଥାନା ୧୮୯/୧୯ କେଶ ନମ୍ବରରେ ଆସାମୀଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡର ୩୦୭,୧୨୦ ବି,୩୪ ଏବଂ ଅସ୍ତ୍ରଶସ୍ତ୍ର ଆଇନର ୨୫ ଓ ୨୭ଧାରାରେ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲା । ମାନ୍ୟବର ଅଦାଲତ ଆସାମୀର ଜାମିନ ଆବେଦନକୁ ନାମଞ୍ଜୁର କରି ଆସାମୀକୁ ଜେଲକୁ ପଠାଇଦେଇଛନ୍ତି ।

Comments
Post a Comment