ଶ୍ରୀନଗର : ପାକିସ୍ତାନ ପଟୁ ଶହେରୁ ଅଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଥିବା ଏବଂ ପାକିସ୍ତାନ ସେନା ଭାରତରେ ବଡ଼ ଧରଣର ଆତଙ୍କବାଦୀ ହମଲା ପାଇଁ ଯୋଜନା କରୁଥିବା ସମ୍ପର୍କରେ ଗୁଇନ୍ଦା ରିପୋର୍ଟ ମିଳିବା ପରେ ବାସ୍ତବ ସୀମା ରେଖା(ଏଲଓସି) ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ପାକିସ୍ତାନ ପଟୁ ଯେପରି କୋ÷ଣସି ଆତଙ୍କବାଦୀ ଅନୁପ୍ରବେଶ ନକରନ୍ତି ତାହାକୁ ସୁନିଶ୍ଚିତ କରିବା ପାଇଁ ସେନା ଓ ସୀମା ସୁରକ୍ଷା ବଳ ଦିନରାତି ଏଲଓସିରେ ସତର୍କ ଦୃଷ୍ଟି ରଖିଛନ୍ତି । ଏହା ସହିତ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ମଧ୍ୟ ସୁରକ୍ଷା କର୍ମୀ ସତର୍କ ରହିଛନ୍ତି ବୋଲି ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ରୋହିତ କନସାଲ୍ କହିଛନ୍ତି । ସେ କହିଛନ୍ତି ଯେ, ଦିନ ବେଳା କାଶ୍ମୀରର ୬୯ଟି ଥାନା ଅଂଚଳରୁ କଟକଣା କୋହଳ କରାଯାଇଛି । ସେହିପରି ଜାମ୍ମୁର ୮୧ଟି ଥାନା ଅଂଚଳରୁ ଦିନ ବେଳା କଟକଣାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି ।\n

Comments
Post a Comment