ପଟ୍ଟାମୁଣ୍ଡାଇ, ୨୬ ।୮ : ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅରଡପଲ୍ଲୀ ହାଇସ୍କୁଲର ପ୍ରାକ୍ତନ ବିଜ୍ଞାନ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା ମୁଖ୍ୟଅତିଥି, ଅରୁଆ ହାଇସ୍ଲୁଲର ବିଜ୍ଞାନଶିକ୍ଷକ ମନୋଜ ଶତପଥୀ ମୁଖ୍ୟବକ୍ତା ଓ ଶିକ୍ଷାବିତ ପ୍ରମୋଦ କୁମାର ନାୟକ ସମ୍ମାନୀତଅତିଥି ଭାବେ ଯୋଗ ଦେଇ ଆଜିର ଶିଶୁ ଆସନ୍ତାକାଲି ଭବିଷ୍ୟତ ହୋଇଥିବାରୁ ଶିଶୁମାନେ ଅନୁସନ୍ଦିତ୍ସୁ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ କରିବାକୁ ପରାର୍ମଶ ଦେଇଥିଲେ । ସଂକୁଳ ସଂଯୋଜକ ତଥା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଭାତ କିଶୋର ନାୟକ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନମେଳାରେ ବିଚାରକ ଭାବେ ସୁବାଷ ମହାନ୍ତି, ଖଗେଶ୍ୱର ସାମଲ, ରଞିତ କୁମାର ସାହୁ, ଅନସୂୟା ନାୟକ, ଜୟବାଳା ନାରାୟଣୀ, ମନୋଜ ଶତପଥୀ, ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଶିଶୁବର୍ଗ, ବାଲବର୍ଗ, କିଶୋର ବର୍ଗ ଆଦି ୩ଟି ବର୍ଗର ଶିଶୁମାନଙ୍କୁ ନେଇ ଜ୍ଞାନବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା

Comments
Post a Comment