ବନବାସୀ ଅଂଚଳରେ ସାମାଜିକ ବିଦ୍ୱେଶ ସୃଷ୍ଟି କରୁଥିବା ଅସାମାଜିକ ତତ୍ୱମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

 ରାୟପୁର,୩୦/୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ଦାଦୁ ସିଂହ କୋରଟିଆଙ୍କ ପ୍ରକୃତ ହତ୍ୟାକାରୀ କିଏ ? ଏହି ହତ୍ୟାକାଣ୍ଡର ଗଭୀର ତଦନ୍ତ ହେବା ଆବଶ୍ୟକ । ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଏହି ବନବାସୀ ଅଂଚଳରେ ସାମାଜିକ ବିଦ୍ୱେଶ ସୃଷ୍ଟି କରୁଥିବା ଅସାମାଜିକ ତତ୍ୱମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି  ସଂଘ ଛତିଶଗଡ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁରେନ୍ଦ୍ର କୁମାର ରାଜ୍ୟ ସରକାର ଓ କେନ୍ଦ୍ର ସରକର ନିକଟରେ ଏହି ଦାବି କରିଛନ୍ତି ।
 ଶ୍ରୀ ସୁରେନ୍ଦ୍ର କୁମାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ତଥା ପୂର୍ବତନ ସରପଂଚ ଦାଦୁ ସିଂହ କୋରଟିଆ ଏହି ଅଂଚଳରେ ସାମାଜିକ ସଦ୍ ଭାବନା ସୃଷ୍ଟି କରିବାରେ ଜଣେ ଅନନ୍ୟ ତଥା ସମ୍ମାନୀତ ବ୍ୟକ୍ତି ଥିଲେ । ତାଙ୍କ ତତ୍ୱବଧାନରେ ଏହି ଅଂଚଳରେ ସମାଜର ବହୁତ ଉନ୍ନତି ହୋଇଥିଲା । ସେ ସ୍ୱୟଂ ଜନଜାତି ସମାଜର ଲୋକ ଥିଲେ । ଛତିଶଗଡ ବସ୍ତରରେ ପ୍ରାଚୀନ ପରମ୍ପରାକୁ ନେଇ ଚଳି ଆସୁଥିବା ସମସ୍ତ ଜନଜାତି ସମାଜକୁ ଏକାଠି କରିବାରେ ସେ ଥିଲେ ଅଗ୍ରଦୂତ ।

Comments