ଭଦ୍ରକ,୨୩ । ୮ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଏବଂ ପରମ ପୂଜନୀୟ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଶ୍ରାଦେ୍ଧାତ୍ସବ (ବଳିଦାନ ଦିବସ) ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରସାର ସହପ୍ରମୁଖ ଚିନ୍ମୟ ସ୍ୱରୂପ ପଣ୍ଡା ଯୋଗ ଦେଇ କହିଥିଲେ ଯେ, ପରିଷଦ ସମଗ୍ର ରାଷ୍ଟ୍ର ଓ ସମାଜ ପ୍ରତି ସମର୍ପିତ । ରାଷ୍ଟ୍ରର ସୁରକ୍ଷା, ଗୋମାତାର ସୁରକ୍ଷା, ସାଧୁ ସନ୍ଥମାନଙ୍କର ସୁରକ୍ଷା ଓ ସ୍ୱାଭିମାନ ପାଇଁ ନିଜକୁ ଉତ୍ସର୍ଗ କରିଆସୁଛନ୍ତି । ପବିତ୍ର ଜନ୍ମାଷ୍ଟମୀ ତିଥିରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ହେବା ଏକ ଗୌରବର କଥା । ଅନ୍ୟମାନଙ୍କ ମଧ୍ୟରେ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି, ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ସଂପାଦକ ଗୋବିନ୍ଦ ରାଉତ, ଜିଲ୍ଲା ସଭାପତି ବିଜୟ ସିହ୍ନା, କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପଣ୍ଡା, ସନ୍ଥ କାଳନ୍ଦୀ ବାବା ଏବଂ ସାଧୁ ଶ୍ୟାମ ବାବା ମଂଟାସିନ ଥିଲେ । ପରିଷଦର କାର୍ଯ୍ୟକର୍ତାମାନେ ରାଷ୍ଟ୍ର ଓ ଧର୍ମ ପାଇଁ ନିଜକୁ ତ୍ୟାଗ ଓ ବଳିଦାନ ଦେବାର ସଂକଳ୍ପ ନେବା ଉଚିତ । ସାମ୍ପ୍ରତିକ ସ୍ଥିତିରେ ରାଷ୍ଟ୍ର ପାଇଁ ଆମର କର୍ତବ୍ୟ ବଢି ଯାଉଛି । ହିନ୍ଦୁ ସମାଜର ସୁରକ୍ଷା,ଏକତା, ଓ ସ୍ୱାଭିମାନ ପାଇଁ ଦଳ, ଜାତି, ବର୍ଣ୍ଣ ନର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ରହିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ଦୀର୍ଘ ୧୧ ବର୍ଷ ବିତି ଯାଇଥଲେ ମଧ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଧରିବାରେ ରାଜ୍ୟ ସରକାର ବିଫଳ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ କାହ୍ନୁ ସିଂ, ନିରଂଜନ ସାହୁ, ବିଜୟ ବାରିକ, ରଥ କିଶୋର ସାମଲ, ବଜରଙ୍ଗ ଦଳର ସ୍ୱାଧୀନ ସୁନ୍ଦର ଦାସ, ବିପିନ ବିହାରୀ ପଣ୍ଡା, ସଞ୍ଜୟ ସାମଲ, ଦେବାଶିଷ ଗ୍ରହାଚାର୍ଯ୍ୟ, ମାତୃଶକ୍ତିର ସରୋଜିନୀ ଦାସ, ଲେଖା ଶର୍ମା, ଦୁର୍ଗାବାହିନୀର ରାଜ୍ୟ ସହସଂଯୋଜିକା ସୀପ୍ରା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜନ୍ମାଷ୍ଟମୀ ଉପଲକ୍ଷେ ଗାନ୍ଧୀ ପଡ଼ିଆ ରାମନବମୀ ମଣ୍ଡପରେ ସକାଳେ ବିଶ୍ୱଶାନ୍ତି ପାଇଁ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କୈଳାସ ଦାସ, ବିଜୟ ଭୂଷଣ ନାୟକ, ଶ୍ରୀକାନ୍ତ ଲେଙ୍କା, ମାନସ ବାରିକ ପ୍ରମୁଖ ଉକ୍ତ ଯଜ୍ଞ କାର୍ଯ୍ୟଟିକୁ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଦେବାଶିଷ ରାଉତ, ପୁନିଲ ସାମନ୍ତ, ମହେଶ୍ୱର ବେହେରା, ଦେବାଶିଷ ଜେନା, ଗୌତମ ବାରିକ, ହିମାଂଶୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Comments
Post a Comment