କଦମପଡା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ


ବଲାଙ୍ଗିର, ୨୩ ।୮  : ସ୍ଥାନୀୟ କଦମପଡା ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇଙ୍କ ପରିଚାଳନାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀମତୀ ସୁଶାନ୍ତା କୁଅଁର ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ କୃଷ୍ଣଙ୍କ ଜନ୍ମ ବୃତାନ୍ତ ଉପରେ ଆଲୋକପାତ କରିଥିଲେ । ପରିଚାଳନା ସମିତିର ସଭାପତି ଶଶୀ ଭୂଷଣ ପୁରୋହିତ, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ପରିଚାଳନା କମିଟୀ ସଭ୍ୟ ସୁରେଶ ଷଡଙ୍ଗୀ, ବିରେନ୍ଦ୍ର ଧରୁଆ ପ୍ରମୁଖ ଆର୍ଶୀବଚନ ପ୍ରଦାନ କରିଥିଲେ । ଭାରତୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Comments