ସୁନ୍ଦରଗଡ, ୨୩ ।୮ : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଂଚଳର ସର୍ଗିପାଲିଠାରେ ଥିବା ଗୋରୁ ବଜାରରୁ ପ୍ରାୟ ୩୫ଟି ଗାଈ କିଣି ୨ଟି ପିକ୍ଅପ୍ ଭ୍ୟାନ ନମ୍ବର ଓଡି ୧୬ ୮୨୦୭ ଏବଂ ଓଡି ୨୩ ୫୬୩୫ରେ ଭର୍ତି କରି ଚାଲାଣ ହୋଇଥିବା ଖବର ପାଇ ଭଙ୍ଗାଢିପା ଛକଠାରେ ଲୋକମାନେ ଗାଡିକୁ ଅଟକାଇଥିଲେ । ଲୋକମାନେ ଅଟକାଇବାରୁ ଚାଳକ ଦୁଇ ଜଣ ନିଜ ନିଜ ଗାଡିକୁ ଛାଡି ଫୋରାର ହୋଇଯାଇଥିଲେ । ଗାଡିର ଏତେ ସଂଖ୍ୟକ ଗାଈ ଥିବା ଦେଖି ଲୋକମାନେ ରାଗିଯାଇ ଗାଡିକୁ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୋଲିସ ପହଂଚି ଗାଡି ୩ଟିକୁ ଜବତ କରି ଥାନାକୁ ନେଇ ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments
Post a Comment