ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ଜନ୍ମାଷ୍ଟମୀ ପାଳିତ
ନିମାପଡା ୨୩/୮ : ନିମାପଡ଼ା ପ୍ରଖଣ୍ଡ ପକ୍ଷରୁ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ମମୀ ଉତ୍ସବ ମହାସମାରୋହରେ ସ୍ଥାନୀୟ ଶ୍ରୀରାମ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ନିମାପଡ଼ା ପ୍ରଖଣ୍ଡ ଉପସଭାପତି ସତ୍ୟନାରାୟଣ ମିଶ୍ର ସଭାପତିତ୍ୱ କରିଥିଲେ । ପ୍ରଖଣ୍ଡ ସଂପାଦକ ସଞ୍ଜୟ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରୀ ବିଭାଗ ସଂପାଦକ ଉମାଶଙ୍କର ଆ·ର୍ଯ୍ୟ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଭାବେ ବିକ୍ରମ କେଶରୀ ସାହୁ, ମାନସ କୁମାର ଦାଶ, ରାଧାମୋହନ ଦାଶ, ରାମକୃଷ୍ଣ ଖୁଂଟିଆ, ବିଭୂତି ସାମନ୍ତରାୟ, କ୍ଷୀରୋଦଚନ୍ଦ୍ର ରାୟମହାପାତ୍ର, ଡଃ ଅମୂଲ୍ୟ ପ୍ରସାଦ ଦାଶ, ରଞ୍ଜନ କୁମାର ନାୟକ, ପ୍ରତାପ କୁମାର ମଲ୍ଲିକ୍, ଶୁଭ୍ରଜିତ୍ ବାରିକ, ଅଭିରାମ ପଣ୍ଡା ଓ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ସ୍ଥାନୀୟ ଅଂଚଳର ୧୦୦ଜଣ ପ୍ରତିଯୋଗୀ କୃଷ୍ଣବେଶ ଓ ଚିତ୍ରାଙ୍କନ, କୃଷ୍ଣଙ୍କ ଭଜନ ଆଦି ପରିବେଷଣ କରିଥିଳେ । ଏଥିରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Comments
Post a Comment