ଜନତାଙ୍କୁ ନ୍ୟାୟ ଜନତାଙ୍କ ଭାଷାରେ ଦିଆଯାଉ


ଭାରତୀୟ ଭାଷା ଅଭିଯାନ, ଓଡିଶାର ରାଜ୍ୟସ୍ତରୀୟ କର୍ମଶାଳା
ଭୁବନେଶ୍ୱର,୨୩/୮: ଜନତାଙ୍କୁ ନ୍ୟାୟ ଜନତାଙ୍କ ଭାଷାରେ, ଓଡିଶାର ଉଚ୍ଚ ନ୍ୟାୟାଳୟର ଭାଷା ସମ୍ବିଧାନର ଅନୁଚ୍ଛେଦ ୩୪୮(୨)  ପ୍ରୟୋଗରେ ଓଡିଆ ଭାଷା ଲାଗୁ କରିବା ପାଇଁ ଓଡିଶା ବାର୍ କାଉନ୍ସିଲର ସଦସ୍ୟ, ବିଭିନ୍ନ ଜିଲ୍ଲା ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ  ବାର ଆସୋସିଏସନର ସଭାପତି ଓ ସଂପାଦକ ଗଣ ତଥା ଅନେକ ଅଧିବକ୍ତା  ଦାବି କରିଛନ୍ତି । \n ଭାରତୀୟ ଭାଷା ଅଭିଯାନ, ଓଡିଶା ଦ୍ୱାରା ଶୁକ୍ରବାର ଦିନ ଭୁବନେଶ୍ୱର ଜିଲ୍ଲା  ନ୍ୟାୟାଳୟ ନିକଟସ୍ଥ ପାନ୍ଥ ନିବାସରେ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆଇନ୍ ବିଭାଗ କମିଶନ ତଥା ସାଂସଦ ଶ୍ରୀ ଭୁପେନ୍ଦ୍ର ଯାଦବ, ଶିକ୍ଷା ସଂସ୍କୃତି ଉତ୍ଥାନନ୍ୟାସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅତୁଲ କୋଠାରୀ, ଭାରତୀୟ ଭାଷା ଅଭିଯାନର ରାଷ୍ଟ୍ରୀୟ ସଭାପତି ଶ୍ରୀ ଅରୁଣ ଭରଦ୍ୱାଜ, କ୍ଷେତ୍ରୀୟ ସଂଯୋଜକ ପ୍ରଶାନ୍ତ ବର୍ମା  ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ଉପଯୁକ୍ତ ସମ୍ମାନ ଓଡିଶାର ଉଚ୍ଚ ନ୍ୟାୟାଳୟରେ ହେବା ସହ ଓଡିଶାର ୪.୫ କୋଟି ସାଧରଣ ଜନତାଙ୍କୁ ନିଜ ମାତୃଭାଷାରେ ନ୍ୟାୟ ମିଳିବାର ସୁବିଧା ଅତିଶୀଘ୍ର ଉପଲବ୍ଧ କରାଯାଉ ବୋଲି ଦାବି କରିଛନ୍ତି । \n ସେମାନେ କହିଛନ୍ତି ଯେ, ଭାରତର ମାନ୍ୟବର ରାଷ୍ଟ୍ରପତି ମହୋଦୟ ଶ୍ରୀ ରାମନାଥ କୋବିନ୍ଦ ଅନେକ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶଙ୍କ ଗହଣରେ ନ୍ୟାୟାଳୟ ଦ୍ୱାରସ୍ତବାଦୀ ଓ ପ୍ରତିବାଦୀଗଣଙ୍କୁ ତାଙ୍କ ନିଜ ଭାଷାରେ ଆଦେଶ ପ୍ରଦାନ କରିବା ପାଇଁ ସମୟ ସମୟରେ ନିଜ ଅନ୍ତର ଭାବନା ପ୍ରକାଶ କରିଛନ୍ତି । ହେଲେ ପ୍ରଶ୍ନ ଉଠେ ଯେତେବେଳେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଏହାର ଆଦେଶ ଆଜି ଯେତେବେଳେ ଓଡିଆ ଭାଷା ସହ ଅନେକ ପ୍ରାଦେଶିକ ଭାଷାରେ ପ୍ରକାଶ କରୁଛନ୍ତି ଓଡିଶାର ଉଚ୍ଚ ନ୍ୟାୟାଳୟରେ ଓଡିଆ ଭାଷାକୁ  ଯଥୋଚିତ ସମ୍ମାନ ଦେବାରେ  ଡେରି କାହିଁକି ହେଉଛି  ?\nବରିଷ୍ଠ ଆଇନ୍ଜୀବୀ ଶ୍ରୀ ଅଜିତ କୁମାର ପଟ୍ଟନାୟକ, ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ, ଗଜାନନ ମିଶ୍ର, ଦୁର୍ଗାମାଧବ ମିଶ୍ର, ନରେନ୍ଦ୍ର ନାଥ ନାୟକ, ସୁଧୀର ମହାନ୍ତି, ମହେନ୍ଦ୍ର ପ୍ରଧାନ, ବାଇଧର ପଣ୍ଡା, ମହେଶ କୌଶିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଭାରତୀୟ ଭାଷା ଅଭିଯାନ, ଓଡିଶା ଦ୍ୱାରା ଦୀର୍ଘ ୭ ବର୍ଷଧରି  ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାପରେ ଗତ ଜୁଲାଇ ୧୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ନିଜର ନିର୍ଣ୍ଣୟ ଓଡିଆ ଭାଷାରେ ମଧ୍ୟ ନିଜ ୱେବ ସାଇଟ୍ରେ ପ୍ରକାଶିତ କରିବା ଆରମ୍ଭ କରିଛି ।  ତେଣୁ ଓଡିଶାବାସୀଙ୍କୁ ନ୍ୟାୟ ନିଜ ଭାଷା ଓଡିଆରେ ଓଡିଶାର ସମସ୍ତ ନ୍ୟାୟାଳୟ ଗୁଡିକରେ ଉପଲବ୍ଧ ହେଉ ବୋଲି ସେମାନେ ଦାବି କରିଛନ୍ତି । \n   ବରିଷ୍ଠ ଆଇନ୍ଜୀବୀ ଚିତରଂଜନ ବୈରୀଶଲ, ପ୍ରତିଭା ବର୍ମା, ମୃଗାଙ୍କମୌଳୀ ପଟ୍ଟନାୟକ, ଶିବପ୍ରସାଦ ପାଢୀ ପ୍ରମୁଖ କାର୍ଯ୍ୟକ୍ର ପରିଚାଳନା କରିଥିଲେ ବୋଲି ସଂଗଠନର ରାଜ୍ୟ ସହସଂଯୋଜକ ବରିଷ୍ଠ ଆଇନ୍ଜୀବୀ ଶ୍ରୀମନ୍ତ କୁମାର ସାମନ୍ତରାୟ ପ୍ରକାଶ କରିଛନ୍ତି । 

Comments