ଦିଦି ଏବେ ବୁଝିଲେ ହିନ୍ଦୁଙ୍କ ଶକ୍ତି


କୋଲକତା, ୩୧/୮  : ଦେଶରେ ହିନ୍ଦୁମାନଙ୍କ ପାଇଁ ଦଶହରା ବା ଦୁର୍ଗା ପୂଜାର ବିଶେଷ ମହତ୍ୱ ରହିଥିଲାବେଳେ ପଶ୍ଚିମବଙ୍ଗରେ ଏହା ସ୍ୱତନ୍ତ୍ର ଭାବେ ପାଳିତ ହୋଇଥାଏ  । ଏହା ପଶ୍ଚିମବଙ୍ଗର ମୁଖ୍ୟ ପାର୍ବଣ କହିଲେ ଚଳେ  । ତେବେ ୨୦୧୯ ଲୋକସଭା ନିର୍ବାଚନରେ ୪୨ଟିରୁ ୧୮ଟିରେ ବିରୋଧୀ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏହାକୁ ଗୁରୁତର ସହିତ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ଏଣୁ ହିନ୍ଦୁମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ଦିଦି ଏବେ ଆରମ୍ଭ କରିଛନ୍ତି ପୂଜ ପଲିଟିକ୍ସ  । ଏହି ମର୍ମରେ ଚଳିତ ବର୍ଷ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗର ପ୍ରତି ଦୁର୍ଗାପୂଜା ସମିତିକୁ ୨୫ ହଜାର ଲେଖାଏଁ ଚାନ୍ଦା ଦେବାକୁ ଦିଦି ଘୋଷଣା କରିଛନ୍ତି  । ସେହିପରି ୪ ଦିନ ଧରି ପାଳିତ ହେବାକୁ ଥିବା ଦୁର୍ଗାପୂଜା ସମୟରେ ପ୍ରତିଟି ପୂଜାମଣ୍ଡପର ସାଜସଜ୍ଜା ବାବଦକୁ ନିଆଯାଇଥିବା ଅସ୍ଥାୟୀ ବିଦ୍ୟୁତ ସଂଯୋଗର ଦେୟକୁ ୨୫% ହ୍ରାସ କରିବାକୁ ମଧ୍ୟ ଘୋଷଣା କରିଛନ୍ତି  । ତେବେ ମୋଟାମୋଟ ି ଦେଖିବାକୁ ଗଲେ ଚଳିତ ବର୍ଷ ଦୁର୍ଗାପୂଜାରେ ହିନ୍ଦୁମାନଙ୍କୁ ଖୁସ୍ କରିବା ଲାଗି ଦିଦି ଏଥରକ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି  ।

Comments