ଅନୁଗୋଳ,୨୬ ।୮: ରବିବାର ଦିନ ଗାନ୍ଧୀମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନୁଗୋଳ ଶିଶୁ ବାଟିକାବ ିଭାଗର ମାତୃ ସମ୍ମୀଳନୀ ସମାପ୍ତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ପି.କେ. ମିନତୀ ଭଉଣୀ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ମହୋଦୟ ଶିଶୁ ଗଠନରେ ମାଆର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମଂଚାସୀନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଶିଶୁବାଟିକା ବିଭାଗର ଶୈଖିଖ ପ୍ରମୁଖ କିରଣ କୁମାରୀ ପ୍ରଧାନ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଆମ ବିଦ୍ୟାଳୟର ସଭାପତି ଡ଼କ୍ଟର ସୁଧାକର ପାଳ ମାଆ ମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ବିଜୟ କୁମାର ମୋଦି ମା ମାନଙ୍କର କର୍ତବ୍ୟ ତଥା ଉତମ ଶିଶୁ ଗଠନ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । \
Comments
Post a Comment