ହବୀପୁର ସୀକରୀରେ ସଂଘର କାର୍ଯ୍ୟକର୍ତା ଉପରେ ଗୁଳିମାଡ


ମୁଜାଫରନଗର: ଶୁକ୍ରବାର ଦିନ ଜମିକୁ ଚାଷ କରିବା ପାଇଁ ଯାଇଥିବା   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ସେହି କାର୍ଯ୍ୟକର୍ତାର ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ମେରଠ ଡାକ୍ତରଖାନାକୁ ରେଫର କରାଯାଇଛି ।
ହବୀପୁର ସୀକରୀ ନିବାସୀ ସୋମପାଳ ସୋନୀ ସଂଘର ଜିଲ୍ଲା ବୌଦ୍ଧିକ ପ୍ରମୁଖ । ସେ ତାଙ୍କର ପତ୍ନୀ ଓ ତିନୋଟି ସନ୍ତାନ ସହିତ  ଗାଁରେ ଚାଷକାମ କରି ରୁହନ୍ତି । ଶୁକ୍ରବାର ଦିନ ପ୍ରାୟ ସକାଳ ୭ ଘଟିକା ସମୟରେ ନିଜର ଚାଷଜମିକୁ ଚାରା ଲଗାଇବା ପାଇଁ ଯାଇଥିଲେ । କ୍ଷେତରେ ପହଁଚିବା ମାତ୍ରେ କ୍ଷେତ ନିକଟରେ ଲୁଚି କରି ରହିଥିବା ଜଣେ କେହି ଦୁର୍ବୁତ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳିଟି ତାଙ୍କ ଅଂଟାରେ ବାଜିଛି । ସେ ଚିକ୍ରାର କରି ତଳେ ପଡିଗଲେ । ଗୁଳି ଫୁଟିବାର ଶବ୍ଦ ଶୁଣି ପାଖ ଜମିରେ କାମ କରୁଥିବା ଜଣେ କୃଷକ ଘଟଣା ସ୍ଥଳରେ ପହଁଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣ ସ୍ଥଳରେ ପହଁଚି ଆହତ ଅବସ୍ଥାରେ ସୋମପାଳଙ୍କୁ ବୁଡାନା ସିଏଚ୍ସି କୁ ନେଇଯାଇଥିଲେ । ଅବସ୍ଥା ଗୁରୁତ୍ୱର ହେବାରୁ ଡାକ୍ତର ତାଙ୍କୁ ମେରଠ ଡାକ୍ତରଖାନାକୁ ରେଫର କରିଦେଇଛନ୍ତି ।
ଏସ୍ପି ଦେହାତ ଆଲୋକ ଶର୍ମା ପ୍ରକାଶ କରିଛନ୍ତି ଯେ, ଆହତ ସୋମପାଳଙ୍କ ଅବସ୍ଥା ଏବେ ଭଲ ଅଛି । ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଆକ୍ରମଣକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ଘଟଣାକୁ ନେଇ ସ୍ଥାନୀୟ ଥାନାରେ ସୋମପାଳଙ୍କ ପୁତ୍ର ପିୟୁଷ ଏତଲା ଦେଇଛନ୍ତି । \nସୋମପାଳ  ପ୍ରତିଦିନ ଶାଖା ପରେ ପ୍ରାୟ ସକାଳ ୭ ଘଟିକାରେ ନିଜ ଚାଷଜମିକୁ  ଯାଆନ୍ତି । ଆକ୍ରମଣକାରୀ ଏ ବିଷୟରେ ଆଗରୁ ଜାଣିଥିଲା । ସୋମପାଳ ଚାଷ ଜମିରେ ପହଁଚିବା ପରେ ଆକ୍ରମଣକାରୀ ଗୁଳି ମାରି ସେଠାରୁ ଫେରାର ହୋଇ ଯାଇଛି । ଏ ଘଟଣା ଜାଣିବା ପରେ  ସ୍ୱୟଂସେବକମାନେ ମେଡିକାଲରେ ପହଁଚି ସୋମାପାଳଙ୍କ ଚିକିତ୍ସାର ସମସ୍ତ ବ୍ୟବସ୍ଥା ବୁଝୁଛନ୍ତି । 

Comments