ନିଆଳୀ୨୪ା ୮ : ନିଆଳୀ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ୨୧୭ ପ୍ରକଳ୍ପ ସ୍ଥାନପାଇଥିଲା । ଏହି ମେଳାରେ ଶିଶୁବାଟିକା ଠାରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ର ମାନେ ଭାଗ ନଇ ସେମାନଙ୍କର ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ସୁର ଏହି ମେଳାକୁ ଉଦ୍ଘାଟନ କରିଥିଲେ । କସର୍ଦା ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ ଶକ୍ତି ପ୍ରଶାଦ ଦାସ ,ଅଡଶପୁର ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ମିନକେତନ ମହାନ୍ତି, ବିଦ୍ୟାଳ ସମ୍ପାଦକ ଗୌରବ ନାୟକ, ସଙ୍କୁଳ ପ୍ରମୁଖ ଧରଣୀଧର ଶତପଥି ପ୍ରମୁଖ ଅତିଥିରୂପେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ । ଚଳିତ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବର୍ଷାଜଳ ବିନିଯୋଗ ସୌରଶକ୍ତି ବ୍ୟବହାର, ବାୟୁଚାପ ଖାଦ୍ୟ ଶୃଙ୍ଖଳ, ପ୍ରାଥମିକ ଚିକିତ୍ସା, ଖାଦ୍ୟ ସନ୍ତୁଳନ, ଖାଦ୍ୟ ଉପରେ ଆଧାରିତ ନମୁନା, ଆଳୁରୁ ବିଦ୍ୟୁତ ଶକ୍ତି । ବର୍ଷାଜଳ ସଂରକ୍ଷଣ ଇତ୍ୟାଦି ପ୍ରକଳ୍ପ ଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ସ୍ମୃତି ରଞନ ମହାନ୍ତି ଓ ଅଭୟ କୁମାର ମୁର୍ମୁ ଯୋଗଦେଇଥିଲେ । ଏହି ମେଳାକୁ ବିଦ୍ୟାଳୟର ପ୍ରଭାସିନୀ ମହାପାତ୍ର, ଅଭିମନ୍ୟୁ ସ୍ୱାଇଁ, ଦୁଯ୍ୟୋଧନ ଦ୍ୱିବେଦୀ ପ୍ରମୁଖ ପରିଚାଳନା କରିଥିଲେ ।
Comments
Post a Comment