କରଞ୍ଜିଆ ଶିଶୁ ମନ୍ଦିରରେ ସଙ୍କୁଳ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଟିତ


ଚମ୍ପୁଆ,୨୬ । ୮  :କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ବ୍ରହ୍ମପୁର କରଞ୍ଜିଆ ଶିଶୁ ମନ୍ଦିରଠାରେ ଚମ୍ପୁଆ ସଙ୍କୁଳର ୫୧ଟି ପ୍ରକଳ୍ପଳକୁ ନେଇ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି । ଜ୍ଞାନ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ଗଙ୍ଗାଧର କର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସଙ୍କୁଳ ସଂଯୋଜକ ଧରଣୀଧର ଦାସ, ଚନ୍ଦ୍ର ମୋହନ ନାଏକ, ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ । ବିଜ୍ଞାନର ନୂତନ ଉଦ୍ଧାବନ ଏବଂ ସମାଜରେ ଏହାର ସଦ୍ ବ୍ୟବହାର ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ବିଚାରକ ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ରାଜ ନାରାୟଣ ସାହୁ ,କାଶିନାଥ ମହାନ୍ତ, କଳାକାର ମହାନ୍ତ , ବିଜୟ କୁମାର ଗିରି ଓ ଗିତାଳି ସାହୁ ୫୧ଟି ପ୍ରକଳ୍ପରୁ ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ବିବେଚିତ କରିଥିଲେ । ଶ୍ରେଷ୍ଟ ବିବେଚିତ ହୋଇଥିବା ପ୍ରକଳ୍ପ ଗୁଡିକ ଆସନ୍ତା ସେପ୍ଟେମ୍ବର ୬ ଓ ୭ ତାରିଖରେ ଝୁମ୍ପୁରାଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ବିଜ୍ଞାନ ମେଳାରେ ୨୮୭ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ବିଜ୍ଞାନ ମେଳାର ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଶିକ୍ଷକ କଳାକାର ମହାନ୍ତ ଓ ତାରିଣୀ ମିନେରାଲର ପରିଚାଳନା ନିର୍ଦ୍ଦେଶକ ମିତ୍ରଭାନୁ ମହାନ୍ତ ଯୋଗଦେଇ କୃତିପ୍ରତିଯୋଗୀଙ୍କୁ ଛାତ୍ର ଛାତ୍ରୀକୁ ପୁରଷ୍କାର ବିତରଣ କରିଥିଲେ ।

Comments