ପୁରୀ, ୨୨ ।୮ : ଦୀର୍ଘ ଦିନ ଧରି ସଂସ୍କୃତରେ ପାଲା ପରିବେଷଣ କରୁଥିବା ଗଦାଧର ଦାଶ ସଂସ୍କୃତ ସପ୍ତାହ ଅବସରରେ ରାଜ୍ୟ ବାହାରେ ଗୁଜୁରାଟ ଏକ ଉତ୍ସବରେ ଯୋଗ ଦେବା ଅବସରରେ ସେ ସେଠାରେ ତାଙ୍କ ଦଳ ସହ ସଂସ୍କୃତରେ ପାଲା ପରିବେଷଣ କରିଥିଲେ । ଏହି ଉତ୍ସବରେ ଭାରତୀୟ ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତିମାନେ ଯୋଗଦେଇ ସଂସ୍କୃତ ଭାଷା ଉପରେ ମନ୍ତବ୍ୟ ରଖିଥିବାବେଳେ ସଂସ୍କୃତ ଭାଷା ଭାରତର ମୂଳ ଉତ୍ସବ ବୋଲି କହିଥିଲେ । ଏହି ଅବସରରେ ସଂସ୍କୃତ ପାଲା ପରିବେଷଣକୁ ସମସ୍ତେ ଉଚ୍ଚ ପ୍ରଶଂସା କରିବା ସହ ପାଲା ଗାୟକ ଗଦାଧର ଦାଶଙ୍କୁ ସମ୍ମାନିତ କରିଥିଲେ ।
Comments
Post a Comment