ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ


ଯୋଡା. ୨୩/୮ । ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମ । ନାରାୟଣଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ତେଣୁ ଜନ୍ମାଷ୍ଟମୀ ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନେଇଥାଏ । ଏହି ଅବସରରେ ଯୋଡା ପୌରପାଳିକା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପଡିଆରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାରଦା ପ୍ରସାଦ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଶ୍ରୀମତୀ ରଞ୍ଜିତା ବାରିକ୍ ଯୋଗଦେଇ ଜନ୍ମାଷ୍ଟମୀ ପାଳନର ଲକ୍ଷ ଓ ଉଦ୍ଦେଶ୍ୟ କହିବା ସହ ଛାତ୍ର-ଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ଭାବନା ପ୍ରତି ମନ ନିବେଶ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସେବାନନ୍ଦ ଗୁରୁଜୀ ଓ ସୁଶାନ୍ତ ଗୁରୁଜୀ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ କୃଷ୍ଣବେଶ ପ୍ରତିଯୋଗିତାରେ ୬୦ଜଣ ବିଦ୍ୟାର୍ôଥ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ କନିଷ୍ଠ ଶିଶୁ ବର୍ଗରୁ ସଂସ୍କୃତି ସାଧିକା ଜେନା ପ୍ରଥମ ସ୍ଥାନ, ଦିବ୍ୟରଞ୍ଜନ ମହାପାତ୍ର ଦ୍ୱିତୀୟ ସ୍ଥାନ ଓ ପଦ୍ମାବତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶିଶୁ ବର୍ଗରୁ ପ୍ରିତୀପ୍ରଜ୍ଞା ମହାନ୍ତ ପ୍ରଥମ ସ୍ଥାନ, ନିଖିଲ କୁମାର ଗିରି ଦ୍ୱିତୀୟ ସ୍ଥାନ ଓ ସୁଜିତ କୁମାର ଦାସ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କୁ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

Comments