କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳିତ


ତାଳଚେର,୨୩/୮: ତାଳଚେର ବ୍ଲକ କଳମଛୁଇଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶରତ ଚନ୍ଦ୍ର ଦାସ ଯୋଗ ଦେଇ ମହାପ୍ରଭୂ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଅଲୌକିକ ମହିମା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିବା ସହ ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରଦ୍ଧା ଆଉ ଆସ୍ଥାର ପ୍ରତୀକ ବୋଲି ସେ ନିଜ ଅଭିଭାଷଣରେ ଦର୍ଶାଇଥିଲେ । ଏହି ଅବସରରେ ୭୦ରୁ ଉଦ୍ଧ୍ୱର୍ କୁନି କୁନି ଛାତ୍ରଛାତ୍ରୀ ରାଧା,କୃଷ୍ଣ ବେଶ ହୋଇ ଏକ ଶୋଭାଯାତ୍ରାରେ କଳମଛୁଇଁ ଗ୍ରାମକୁ ପରିକ୍ରମା କରିଥିଲେ । କଳମଛୁଇଁ ଗ୍ରାମର ନାମ ସଂକୀର୍ତନ ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ନଗର ପରିକ୍ରମା କରିଥିଲେ । ଶ୍ରଦ୍ଧାଳୁମାନେ ଦୀପ,ଆଳତୀ କରି ରାଧା କୃଷ୍ଣ ବେଶଧାରୀ କୁନି କୁନି ପିଲାମାନଙ୍କୁ ବନ୍ଦାପନା କରିଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଓ ଭାଗବତ ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟ ମଳୟ ଦାସ ଓ ଆଚାର୍ଯ୍ୟ ପ୍ରତିନିଧି ଅଜୟ କୁମାର ସାହୁ କୁଇଜ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments