ଶ୍ରୀନଗର, ୨୩/୮ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)ର ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଭାରତ ଉପରେ ଏକ ବଡ଼ ଧରଣର ଆତଙ୍କୀ ହମ୍ଲା କରିବାକୁ ଷଡ଼ଯନ୍ତ୍ର ଚଳାଇଛି । ଏହି ମର୍ମରେ ପାକିସ୍ତାନର ମୁଜଫରାବାଦରେ ଗଠିତ କଂଟ୍ରୋଲ ରୁମ୍ ‘୮୮’ରେ ବ୍ୟାପକ ସଂଖ୍ୟାରେ ଜୈସ-ଇମହମ୍ମଦର ଆତଙ୍କୀଙ୍କୁ ପାକିସ୍ତାନ ପ୍ରସ୍ତୁତ ରଖିଛି । ଭାରତରେ ସେମାନଙ୍କୁ ଅନୁପ୍ରବେଶ କରାଇବାର ଦାୟିତ୍ୱ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମସୁଦ ଅଜହରର ଭାଇ ରଉଫ ଅସଗରକୁ ପାକିସ୍ତାନୀ ସେନା ଓ ଆଇଏସ୍ଆଇ ପ୍ରଦାନ କରିଛି ବୋଲି ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି । ରଉଫ ଅସଗର ଏହି କାମରେ ଲଫେଟେନ କମାଣ୍ଡର ମାବିଆ ଖାନ୍କୁ ନିୟୋଜିତ କରିଥିବା ଜଣାପଡ଼ିଛି । ପାକ ସେନା ଓ ଆଇଏସ୍ଆଇର ଇଶାରାରେ ମାବିଆ ଖାନ ଆଫାଗାନିସ୍ତାନରେ ଥିବା ତାଲିବାନଙ୍କ ନିକଟରୁ ପ୍ରଶିକ୍ଷଣ ନେଇ ଆତଙ୍କବାଦୀମାନଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ଲାଗି ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଡେରା ପକାଇଛି । ଏଯାବତ୍ ମାବିଆ ଖାନ୍ ୪୦ରୁ ୫୦ ଫିଦାଇନ୍ ଆତଙ୍କବାଦୀଙ୍କୁ ଏଥିପାଇଁ ପ୍ରସ୍ତୁତ କରି ନିକେଲ ଟ୍ରେନିଂ କ୍ୟାମ୍ପରେ ପ୍ରସ୍ତୁତ ରଖିଛି । ଆଫଗାନିସ୍ତାନରୁ ପ୍ରଶିକ୍ଷଣ ଲାଭ କରି ଆସିଥିବା ଏହି ଆତଙ୍କବାଦୀମାନଙ୍କ ସବାଇ ନାଲା ଟ୍ରାନ୍ସିଟ କ୍ୟାମ୍ପ ଠାରୁ ୯୮ କି.ମି. ଦୂର ଦୂଧନିଆଲ ଲଂଚ ପ୍ୟାଡ୍ରେ ଏକଜୁଟ୍ ହୋଇ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ସୁଯୋଗ ଉଣ୍ଡି ରହିଥିବା ଗୁଇନ୍ଦା ବିଭାଗ ସତର୍କ କରାଇଛି । ଏହି ଅନୁପ୍ରବେଶକାରୀମାନଙ୍କ ପାଇଁ ପାକିସ୍ତାନ କେତେକ କୋର୍ଡ ନାମ ରଖିଛି ଯଥା ରୋମିଓ, ଟାଙ୍ଗୋ-୨, ଅଲଫା ଏବଂ ମାଇକ୍ ଆଦି ନାମ ରହିଛି । ତେଣେ ଜୈସର କାର୍ଯ୍ୟକାରୀ ପ୍ରମୁଖ ରଉଫ ଯେଉଁ କଂଟୋଲ ରୁମ୍ରୁ ରହି ଏହି କାର୍ଯ୍ୟକଳାକୁ ତଦାରଖ କରୁଛି ତାହାର ନାମ ‘କଂଟ୍ରୋଲ ରୁମ୍ ୮୮’ ରଖାଯାଇଛି ।

Comments
Post a Comment