ଶ୍ରୀନଗର : ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଉଚ୍ଛେଦ ପରେ ଜାମ୍ମୁକାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହୃତ ହୋଇଛି । ରାଜ୍ୟର ସ୍ୱତନ୍ତ୍ର ପତାକା ଆଉ ନାହିଁ । ବିଭିନ୍ନ ସରକାରୀ କୋଠାରେ ଆଜି ପର୍ଯ୍ୟନ୍ତ ଉଡ଼ୁଥିବା ଜାମ୍ମ୍ୁ-କାଶ୍ମୀରର ପତାକା ବଦଳରେ ଏବେ ଉଡ଼ୁଛି କେବଳ ତ୍ରିରଙ୍ଗା । ଶ୍ରୀନଗରସ୍ଥିତ ଜାମ୍ମୁ-କାଶ୍ମୀର ସଚିବାଳୟରେ ଏବେ କେବଳ ଭାରତର ଜାତୀୟ ପତାକା ଉଡ଼ୁଛି । ରବିବାର ଦିନ ସଚିବାଳୟରେ ଉଡ଼ୁଥିବା ଜାମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକାକୁ ପ୍ରତ୍ୟାହାର କରି ନିଆଯାଇଛି । ୧୯୫୬ରୁ ରାଜ୍ୟ ସଚିବାଳୟରେ ଏହି ରାଜ୍ୟ ପତାକା ଉଡ଼ୁଥିଲା । ଭାରତୀୟ ସମ୍ବିଧାନ ପରିବର୍ତେ ଜାମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ସମ୍ବିଧାନ ଗୃହୀତ ହୋଇଥିଲା । ଏବେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ସମ୍ବିଧାନ ଆପେ ରଦ୍ଦ ହୋଇଯାଇଛି । ଏହି ଅବସରରେ ଜାମ୍ମୁ-କାଶ୍ମୀର ବିଧାନସଭାର ବାଚସ୍ପତି ନିର୍ମଳ ସିଂହ ତାଙ୍କ କାର୍ରେ ଲାଗିଥିବା ରାଜ୍ୟ ପତାକାକୁ ବାହାର କରି ଜାତୀୟ ପତାକା ଲଗାଇଛନ୍ତି ।

Comments
Post a Comment