ଭୁବନେଶ୍ୱର, ୨୫/୮ : ଜାମ୍ମୁ କାଶ୍ମୀର ରାଜ୍ୟ ପୁନର୍ଗଠନ ଓ ଧାରା ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ସାମ୍ବିଧାନିକ ଓ ନ୍ୟାୟ ସଂଗତ ଉପାୟରେ କରାଯାଇଛି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ କାର୍ଯ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତି ଡାକ୍ତର କୁଲଦୀପ ଚାନ୍ଦ୍ ଅଗ୍ନିହୋତ୍ରୀ ଏକଥା କହିଛନ୍ତି । ଡାକ୍ତର ଅଗ୍ନିହୋତ୍ରୀ ଜାମ୍ମୁ କାଶ୍ମୀରର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଉପରେ ଏକାଧିକ ବହି ଲେଖିଛନ୍ତି । ଏବିଭିପିର ମୁଖପତ୍ର ‘ଛାତ୍ର ସନ୍ଦେଶ’ ୱେବସାଇଟର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଏହାଉପରେ ପ୍ରଶ୍ନ ଉଠାଉଥିବା ଲୋକମାନେ ଏତିକି କଥା ଜାଣିରଖିବା ଉଚିତ୍ ଯେ ଜାମ୍ମୁ କାଶ୍ମୀର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କ ଆଦେଶ ବଳରେ ସମ୍ବିଧାନର ଯେ କୌଣସି ଧାରା ଜାମ୍ମୁ କାଶ୍ମୀରରେ ଲାଗୁ କରାଇପାରିବ । ଧାରା ୩୭୦ ରେ ହିଁ ଏହି ପ୍ରାବଧାନରହିଛି । ଏହାକୁ ବ୍ୟବହାର କରି ସମ୍ବିଧାନର ସବୁ ଧାରା ଜାମ୍ମୁ କାଶ୍ମୀରରେ ଲାଗୁ କରିଦିଆଗଲା । ଏହାପରେ ସମ୍ବିଧାନର ଧାରା ୩ ଅନୁସାରେ ରାଜ୍ୟ ପୁନର୍ଗଠନ କରି ଲଦାଖ ଓ ଜାମ୍ମୁ କାଶ୍ମୀରକୁ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଗଲା । ଏହା ସମ୍ପୂର୍ଣ ସାମ୍ବିଧାନିକ । ଜାମ୍ମୁ ଓ ଲଦାଖର ଲୋକ ଏଥିରେ ଖୁସି ଅଛନ୍ତି । କାଶ୍ମୀରରେ ମାତ୍ର ୨ ପ୍ରତିଶତ କଠୋରପନ୍ଥୀ ଲୋକ ସମ୍ପୂର୍ଣ ସମାଜ ଓ ସରକାର ଉପରେ ଆଧିପତ୍ୟ ରଖିଛନ୍ତି । ସେହି କିଛି ଲୋକଙ୍କ ସ୍ୱାର୍ଥ ପାଇଁ ଦେଶର ଜାତୀୟ ସ୍ୱାର୍ଥକୁ କ୍ଷୂର୍ଣ କରୁଥିବା ଏହି ଧାରାକୁ ବଜାୟ ରଖିବା କେତେ ଦୂର ଉଚିତ ଥିଲା?’ ଥିଙ୍କ୍ ଇଣ୍ଡିଆ ଓ ଏବିଭିପିର ମାସିକ ପାଠଚକ୍ର ଇଗ୍ନାଇଟେଡ ମାଇଣ୍ଡସ୍ ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ଛାତ୍ର ସଂଦେଶର ସମ୍ପାଦକ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ୍ ଥିଙ୍କ୍ ଇଣ୍ଡିଆ ସଂଯୋଜକ ଓମ ପ୍ରିୟଦର୍ଶୀ ଛୋଟରାୟ, ପାଠଚକ୍ର ପ୍ରମୁଖ ବିଶ୍ୱଶ୍ରୀ ସ୍ୱାଇଁ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଓ ମିଡିଆ ରିସର୍ଚର ଓ ସ୍ତମ୍ଭକାର ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ୱେବସାଇଟଟିକୁ ଡେଭେଲପ୍ କରିଥିବା ନେପୋଲିଅନ ମହନ୍ତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା

Comments
Post a Comment