ମାନବଜାତିର ସେବା ହେଉଛି ଇଶ୍ୱର ସେବା : ଡ.ମୋହନ ଭାଗବତ

ସୋଲନ: ପାଂଚ ହଜାର ବର୍ଷରୁ ଅଧିକ ପୁରାତନ ହେଉଛି ଭାରତୀୟ ସଭ୍ୟତା ଓ ସଂସ୍କୃତି । ଏହାର ବିଶେଷତା ହେଉଛି ବିବିଧତା ମଧ୍ୟରେ ଏକତା । ଧର୍ମ ବାସ୍ତବତାରେ  ଏକତାର ଏକୀକୃତ ଦୃଶ୍ୟ ପ୍ରଦାନ କରୁଛି । କାରଣ ଭଗବାନ ହେଉଛନ୍ତି ଏକ ଏବଂ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବାସ୍ତବିକତା ହେଉଛି ଏକତା ଓ ଅଖଣ୍ଡତାର ପ୍ରତୀକ । ଧର୍ମର ଉଦ୍ଦେଶ୍ୟ ହେଉଛି ମାନବତାକୁ ଏକାଠି କରିବା  ।  ମାନବଜାତିର ସେବା ହେଉଛି ଇଶ୍ୱର ସେବା  । ଆମ ସମସ୍ତଙ୍କୁ ନିଜ ସମାଜ ଓ ରାଷ୍ଟ୍ରର ବିକାଶ ପାଇଁ ନିଷ୍ଠା ଏବଂ ସମର୍ପଣ ସହିତ କାର୍ଯ୍ୟ କରିବାକୁ ହେବ ।  ଏହି କର୍ମ ହିଁ  ଆମର ଧର୍ମ  ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମପୂଜନୀୟ ସରସଂଘ ଚାଳକ ଡ.ମୋହନ ଭାଗବତ ପ୍ରକାଶ କରିଛନ୍ତି ।


ସୋଲନ ଠାରେ ନବନିର୍ମିତ ଶ୍ରୀକୃଷ୍ଣ ମନ୍ଦିରକୁ ପରମପୂଜନୀୟ ସରସଂଘଚାଳକ ବିଧିମୂତାବକ ପୂଜାର୍ଚ୍ଚନା କରିବା ପରେ ଲୋକର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ  ମନ୍ଦିରର ସଂରକ୍ଷକ କବିଶ୍ୱର କୁଳାଚାର୍ଯ୍ୟ ସ୍ୱାମୀ ମହନ୍ତ ପରମହିଂସ କାରଂଜେକର, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏହି ମନ୍ଦିରକୁ ଲୋକର୍ପଣ କରିବା ପରେ ପରମପୂଜନୀୟ ସରସଂଘଚାଳକଜୀ କହିଲେ ଯେ, ବିବିଧତାରେ ଏକତା ହେଉଛି ଆମ ରାଷ୍ଟ୍ରର ପରିଚୟ, ଯାହାକି ବହୁ ସମାଜ ଏବଂ ସଂସ୍କୃତିର ଭଣ୍ଡାର ।

Comments