ପାକିସ୍ତାନ ୨୦୧୯ରେ ୨୦୫୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି

 ଚଳିତ ବର୍ଷ ବର୍ତମାନ ସୁଦ୍ଧା ସୀମାରେ ପାକ୍ ସେନା ଅତି କମ୍ରେ ୨୦୫୦ ଥର ଅସ୍ତ୍ରବିରତି ଚୁକ୍ତି ଉଲ୍ଳଂଘନ କରିଛି ଏବଂ ଏହା ଦ୍ୱାରା ୨୧ଜଣ ଭାରତୀୟ ପ୍ରାଣ ହରାିଛନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏବଂ ଏଥିନେଇ ଉଦବେଗ ପ୍ରକାଶ କରାଯାଇଛି । ରବିବାର ଦିନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଭିସ୍ କୁମାର କହିଛନ୍ତି ଯେ, ପାକ୍ ସେନା ପକ୍ଷରୁ ବିନା କାରଣରେ ଉଦ୍ଦେଶ୍ୟମୂଳକ ଭାବେ ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରାଯାଉଛି । ଏହା ଫଳରେ ସୀମାରେ ବାରମ୍ବାର ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି । ଏଥିରୁ ନିଜ ସେନାକୁ ନିବୃତ ରଖିବାକୁ ଆମେ ପାକ୍ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଆସୁଛୁ । ୨୦୦୩ର ଅସ୍ତ୍ରବିରତି ଚୁକ୍ତି ଆଧାରରେ ଉଭୟ ରାଷ୍ଟ୍ର ସଂଯମତା ଅବଲମ୍ବନ କରିବା ଉଚିତ୍ ଏବଂ କେହି କାହାର ସୀମାରେ ପ୍ରବେଶ କରିବା ଅନୁଚିତ । କୋ÷ଣସି ପରିସ୍ଥିତିରେ ମଧ୍ୟ କେହି ଅନ୍ୟକୁ ଟାର୍ଗେଟ କରିବା ଅନୁଚିତ୍ । କିନ୍ତୁ ପାକ୍ ସେନା ବାରମ୍ବାର ଏହି ଚୁକ୍ତିର ଉଲ୍ଲଂଘନ କରି ଚାଲିଛି । ଫଳରେ ୨୧ଜଣ ଭାରତୀୟ ନିହତ ହୋଇଛନ୍ତି । ତେବେ ପାକ୍ ସେନାର ବାରମ୍ବାର ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ ଏବଂ ଗୁଳିଗୋଳା ବର୍ଷଣ ସତ୍ୱେ ଭାରତ ବର୍ତମାନ ସୁଦ୍ଧା ସଂଯମତା ଅବଲମ୍ବନ କରି ଆସିଛି ଏବଂ ଯଥାସମ୍ଭବ ବା ସର୍ବନିମ୍ନ ବଳ ପ୍ରୟୋଗ କରିଛି ବୋଲି ରଭିସ୍ କୁମାର କହିଛନ୍ତି ।

Comments