ମେରଠର ବ୍ରଜଭୂଷଣ ସରସ୍ୱତୀ ଶିଶୁ ମନ୍ଦିରରେ ସେବା ଭାରତୀ ଓ ସକ୍ଷମର ମିଳିତ ତତ୍ତ୍ୱାବଧାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ପ୍ରତିଯୋଗିତା ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଜନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ, ଗୀତ, କବିତା,କଳା, ନାଟକ ସମସ୍ତଙ୍କୁ ବିମୋହିତ କରି ଦେଇଥିଲା ।
ସକ୍ଷମର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଡ. ସୁକୁମାର ଜୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଦିବ୍ୟାଙ୍ଗତା କୌଣସି ଅଭିଶାପ ନୁହେଁ ବୋଲି ପ୍ରକାଶ କରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଇଶ୍ୱର କୌଣସି ନା କୌଣସି ଗୁଣର ଅଧିକାର ଦେଇଛନ୍ତି । ଆଜି ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ୍ ନୁହଁନ୍ତି । ଶିକ୍ଷା ଓ ଖେଳରେ ଦିବ୍ୟାଙ୍ଗମାନେ ଦେଶର ମାନ ସମ୍ମାନ ବୃଦ୍ଧି କରିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ସାହାର୍ଯ୍ୟ କରିବା କେବଳ ତାଙ୍କ ମାତାପିତାଙ୍କର ଦାୟିତ୍ୱ ନୁହେଁ । ଏହା ହେଉଛି ସଂପୂର୍ଣ୍ଣ ସମାଜର ଦାୟିତ୍ୱ । \nରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର କ୍ଷେତ୍ର ସଂଘଚାଳକ ସୂର୍ଯ୍ୟ ପ୍ରକାଶ ଜୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ବିଜୟପାଳ ତୋମର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ

Comments
Post a Comment