ବେଆଇନ ଗୋ·ଲାଣ : ଥାନାରେ ୩ ଅଟକ


ଭଦ୍ରକ, : ଏହି ଜିଲାର ବନ୍ତ ବ୍ଳକରେ ଦିନକୁ ଦିନ ବେ ଆଇନ ଗୋ·ଲାଣ ବୃଦ୍ଧି ପାଉଛି । ଯାହାକୁ ନେଇ ବିଭିନ୍ନ ହିନ୍ଦୁ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ଦେଖା ଯାଉଛି । ଆଜକୁ କିଛିଦିନ ପୂର୍ବେ ଆଗରପଡ଼ା ଥାନା ଅନ୍ତର୍ଗତ ରାଣୀପୁର ଛକ ଓ ବାଲିପୋଖରୀ ବଜାର ଅଂଚଳରେ ବେଆଇନ ଗୋ·ଲାଣ ଗାଡ଼ି ଅଟକାଯାଇ ଥାନାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ମାତ୍ର ଏହାର କୌଣସି ପ୍ରଭାବ ଗୋ·ଲାଣକାରୀଙ୍କ ଉପରେ ପଡ଼ୁ ନଥିବାର ଦେଖାଯାଇଛି ।  ସକାଳ ୧୦ ଘଟିକା ସମୟରେ ଓଡ଼ଙ୍ଗ ପଂଚାୟତ ବୋଡ଼କପାଟଣା ଗ୍ରାମର ଦିଲ୍ଲିପ କୁମାର ସ୍ୱାଇଁ ତାଙ୍କ ବାଇକରେ ବନ୍ଧୁ ବିଶ୍ୱମ୍ବର ପଲେଇଙ୍କ ସହ ଅଡ଼ାଳପଙ୍କ ବଜାରକୁ ଆସୁଥିଲେ । ବିପରୀତ ଦିଗ ଆଗରପଡ଼ାରୁ ଦ୍ରୁତଗତିରେ ଆସୁଥିବା ଏକ ଗୋରୁଗାଡ଼ି ତାଙ୍କୁ ସାଇଟ ମାରିଥିଲା । ତୁରନ୍ତ ବାଇକ ଫେରାଇ ଗାଡ଼ିଟିର ପିଛା କରି ନିମପଡ଼ା ଛକ ପାଖରେ ଓଡ଼ି୨୨କେ-୫୮୦୫ ଅଶୋକ ଲିଲେନ ପିକଅପ ଭ୍ୟାନକୁ ଅଟକାଇଥିଲେ । ଉକ୍ତ ଭ୍ୟାନରେ ୪ ଗୋଟି ଗୋରୁ ଅତି ଅମାନୁଷିକ ଭାବରେ ବେକ, ଗୋଡ଼, ଲାଞ୍ଜ ବନ୍ଧା ହୋଇଥିବା ଦେଖି ତୁରନ୍ତ ବନ୍ତ ଥାନାକୁ ଖବର ଦେଇଥିଲେ । ଖବର ପାଇ ଗୋ ସୁରକ୍ଷା ସମିତିର ସ୍ମୃତିରଞ୍ଜନ ସ୍ୱାଇଁ, ଥାନା ହାବିଲଦାର ଅଭିମନ୍ୟୁ ମଲ୍ଲିକ ଏବଂ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଁଚି ଗୋରୁ ବୋଝେଇ ଗାଡ଼ିଟିକୁ ଜବତ କରି ଥାନାକୁ ନେଇଥିଲେ । ଏଥି ସହିତ ବନ୍ତ ଚଣ୍ଡୀପୁର ଗ୍ରାମର ଡ଼୍ରାଇଭର ଖାଲିଦ ଖାନ, ମାଲିକ ସେକ ସୁଲତାନ, ସେକ ସନାଙ୍କୁ ଥାନାରେ ଅଟକ ରଖାଯାଇଛି ।

Comments