ଭୋପାଳ: ମନ୍ଦସୌର, ନିମଚ ଏବଂ ଗରୋଠ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଉଠିଛି । ଜଳସ୍ତର ବଢିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବନ୍ୟାଚଂଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏହି ବନ୍ୟାକ୍ଷତି ଗସ୍ତ ଲୋକମାନଙ୍କ ନିକଟରେ ପ୍ରଶାସନ ଏପର୍ଯ୍ୟନ୍ତ ପହଁଚି ପାରିନାହିଁ କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ମାନେ ଏହି ବନ୍ୟା ପୀଡିତ ଲୋକଙ୍କ ନିକଟରେ ପହଁଚି ସେମାନଙ୍କୁ ଶୁଖିଲା ଖାଦ୍ୟ ସହିତ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି । \nଦାଣୀରେ ପ୍ରାୟ ୨୩ଟି ପରିବାରର ଘର ମାଟିରେ ମିଶିଯାଇଛି । ସରକାରଙ୍କ ତରଫରୁ କୌଣସି ସାହାର୍ଯ୍ୟ ସହଯୋଗ ପହଁଚି ନଥିବା ବେଳେ ସଂଘର ସ୍ୱୟଂସେବକମାନେ ପହଁଚି ଯଥା ସମ୍ଭବ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି ।
ଗରୋଠ ଜିଲ୍ଲାର ଖଡାବନ୍ଦ୍ରା ପଂଚାୟତର ବର୍ରମା,ରୁପପୁରା, ଖେଡା ଆଦି ଗ୍ରାମର ଲୋକମାନେ ପାଣି ଘେରରେ ଥିବା ବେଳେ ସଂଘର ସ୍ୱୟଂସେବକମାନେ ରାତି ୨ଟା ସୁଦ୍ଧା ଏହି ସବୁ ଗ୍ରାମରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛନ୍ତି । ରାମେଶ୍ୱର ଧର୍ମଶାଳାରେ ହୋଇଥିବା ରିଲିଫ ଶିବିରରେ ୩୦୦ରୁ ଉଦ୍ଧ୍ୱର୍ ବନ୍ୟା ବିପନ୍ନଙ୍କୁ ରଖାଯାଇ ସେମାନଙ୍କର ରହିବା, ଖାଇବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଗାମୀ ଦିନରେ ଏହି ଶିବିରରେ ବିପନ୍ନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଶିବିର ପରିଚାଳନାରେ ଥିବା ସଂଘର କାର୍ଯ୍ୟକର୍ତାମାନେ ପ୍ରକାଶ କରିଛନ୍ତି ।
ଶାମଗଡ ତହସିଲର ଓବରା ଗାଁରେ ମଧ୍ୟ ସଂଘର ସ୍ୱୟଂସେବକ ଦ୍ୱାରା ସେବାକାମ ଚାଲୁ ରହିଛି । କିଛି ଅଂଚଳରେ ପୋଲ ଭାଙ୍ଗିଯାଇ ଗମନା ଗମନରେ ଅସୁବିଧା ହେଉଥିବାରୁ ସ୍ୱୟଂସେବକମାନେ ଅସ୍ଥାୟୀ ପୋଲ ତିଆରି କରି ଯାତାୟତର ସୁବିଧା ମଧ୍ୟ କରିଛନ୍ତି ।
ମନସା ବନ୍ୟା ପ୍ରଭାବିତ ଅଂଚଳର ରାମପୁରା, ଦେବରାନ ଆଦି ଗ୍ରାମରେ ସ୍ୱୟଂସେବକମାନେ ଲଗାତାର ସେବାକାମ କରି ଚାଲିଛନ୍ତି । ମନସାରେ ୭୫୦ ଭୋଜନ ପ୍ୟାକେଟ, ବିସ୍କୁଟ, ଔଷଧ, ଦିଆସିଲି, ମହମବତି ଆଦି ଯୋଗାଇ ଦିଆଯାଇଛି । ଦେବରାନ ଗାଁରେ ବନ୍ୟା ଜଳ ଭରି ରହିଥିବା ବେଳେ ବେକେ ବେକେ ପାଣିରେ ପଶି ସ୍ୱୟଂସେବକମାନେ ବିପନ୍ନମାନଙ୍କୁ ଭୋଜନ ପହଁଚାଉଛନ୍ତି । ଅନ୍ୟ କେତେକ ଗାଁରେ ପ୍ରଶାସନ ଓ ସ୍ୱଂୟସେବକମାନେ ମିଳିତ ଭାବେ ସେବାକାର୍ଯ୍ୟ କରୁଛନ୍ତି ।
Comments
Post a Comment