ଜବରଦସ୍ତ ଧର୍ମ ପରିବର୍ତ୍ତନକୁ ନେଇ ହତ୍ୟା

ଜବରଦସ୍ତ ଧର୍ମ ପରିବର୍ତ୍ତନକୁ ନେଇ ପାକିସ୍ତାନରେ ହିନ୍ଦୁ ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ପାକିସ୍ତାନର ଘୋଟକୀ ସ୍ଥିତ ମୀରପୁର ମଥେଲୋର ନମ୍ରତା ଚନ୍ଦାନୀ। ନମ୍ରତା ଲରକାନାର ବିବି ଆସିଫା ଡେଣ୍ଟାଲ କଲେଜର ଛାତ୍ରୀ ଥିଲେ। ତାଙ୍କ ମୃତଦେହ ହଷ୍ଟେଲ ରୁମ୍‍ ଭିତରେ ଥିବା ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଓ ତାଙ୍କ ଗଳାରେ ଦଉଡ଼ିର ଫାଶୀ ଲଗା ହୋଇଥିଲା। ସକାଳୁ ନମ୍ରତାଙ୍କ ସାଙ୍ଗମାନେ କବାଟ ବାଡ଼େଇବା ସହ ବଡ଼ ପାଟିରେ ତାଙ୍କୁ ଡାକିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ଫଳରେ ସେମାନେ ପୁଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନମ୍ରତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଲରକାନା ଡିଆଇଜି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନମ୍ରତାଙ୍କ ଭାଇ ଡା. ବିଶାଲ ସୁନ୍ଦର ନିଶ୍ଚିତ ରୂପେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ବିଶାଲଙ୍କ କହିବାନୁସାରେ, ତାଙ୍କ ଭଉଣୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଛି, ଯେମିତି କେହି ବ୍ୟକ୍ତି ତାଙ୍କୁ ଜୋର କରି ଧରିଥିଲେ। ଏହାସହିତ ସେ କହିଛନ୍ତି ଆମେ ସଂଖ୍ୟାଲଘୁ, ଦୟାକରି ଆମ ପାଇଁ ଠିଆ ହୁଅନ୍ତୁ।

Comments