ହିନ୍ଦି ବିବେକ ମାସିକ ପତ୍ରିକା ଦ୍ୱାରା ପ୍ରକାଶିତ “ ନୂଆ ଭାରତ ବିଶେଷାଙ୍କ” ଉନ୍ମୋଚିତ


ମୁମ୍ବାଇ: ହିନ୍ଦି ବିବେକ ମାସିକ ପତ୍ରିକା ଦ୍ୱାରା ପ୍ରକାଶିତ “ ନୂଆ ଭାରତ ବିଶେଷାଙ୍କ” ଉନ୍ମୋଚିତ ହୋଇ ଯାଇଛି । ହିନ୍ଦି ବିବେକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମୋଲ ପେଡଣେକର ବଦଳୁଥିବା ଭାରତର ଚିତ୍ର ପ୍ରସ୍ତୁତ କରି  ନୂଆ ଭାରତ ବିଶେଷାଙ୍କର ପ୍ରାସଙ୍ଗିକତା ଏବଂ ଉପଲବ୍ôଧ ବିଷୟରେ ପ୍ରକାଶ କରିଥିଲେ । ଗତ ୬ ବର୍ଷ ମଧ୍ୟରେ ଭାରତରେ ଯେଉଁ ସବୁ ପରିବର୍ତନ ହୋଇଛି ସେ ବିଷୟରେ ଉଲ୍ଲେଖ କରିଥିଲେ ।
ଆଧ୍ୟାତ୍ମିକ ପ୍ରବଚକ ବୀରେନ୍ଦ୍ର ଯାଜ୍ଞିକ ଭାରତୀୟ ସଂସ୍କୃତି, ସଭ୍ୟତା ଏବଂ ଭାରତୀୟ ମୂଲ୍ୟବୋଧ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
ବିବେକ ଗ୍ରୁଫର ପ୍ରବନ୍ଧ ସଂପାଦକ ଦିଲୀପ କରଂବେଲକର ନେହେରୁଙ୍କ ଗୁଟନିରପେକ୍ଷ ନୀତି ଏବଂ ମୋଦିଙ୍କ ବିଶ୍ୱନୀତି ଉପରେ ଆଲୋକପାତ କରି କହିଲେ ଯେ, ନେହେରୁଙ୍କ ସମୟରେ ଆମ ସହିତ କୌଣସି ଦେଶ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇ ନଥିଲେ କିନ୍ତୁ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶ୍ୱନୀତି ଦ୍ୱାରା ସାରା ବିଶ୍ୱ ଭାରତ ସହିତ ଦୃଢତାର ସହିତ ଛିଡା ହୋଇଛନ୍ତି ।
ପ୍ରମୁଖ ଅତିଥି ରୂପେ ଫିନ୍ସର ଅଧ୍ୟକ୍ଷ ଅବସରପ୍ରାପ୍ତ ନେପଟନେଟ ଜନରାଲ ଦତାତ୍ରେୟ ଶେକଟକର ଭାରତୀୟ ସାମରିକ ଶକ୍ତି ଉପରେ ଆଲୋକପାତ କରିଥିଲେ । ସେ କହିଲେ ଯେ, ଭାରତୀୟ ସେନା ପାକିସ୍ତାନକୁ କେବଳ ଚାରିଖଣ୍ଡ ନୁହେଁ ହଜାର ଖଣ୍ଡ କରିବାର ସକ୍ଷମ ଅଛି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସଂପର୍କ ପ୍ରମୁଖ ଅନିରୁଦ୍ଧ ଦେଶପାଣ୍ଡେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଭାରତ ଚିରପୁରାତନ ଅଟେ । କିନ୍ତୁ  ଏହାର ବିଶେଷତାକୁ ନେଇ ନିତ୍ୟ ନୂତନ ହୋଇଥାଏ ବା ସମୟ ସହିତ ପରିବର୍ତନ ହୋଇଥାଏ । ଦେଶରେ ହେଉଥିବା ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ସମାଜ,ଜନତା ଓ ଜନଭାଗିଦାରୀ ଦ୍ୱାରା ହେଉଛି । ଦେଶ ଦ୍ରୁତ ଗତିରେ ବଦଳୁଛି । ଜାତିବାଦକୁ ଶେଷ କରିବା ପାଇଁ ସାମାଜିକ ସମରସତାର କାର୍ଯ୍ୟକୁ ଆଗକୁ ବଢାଇବାକୁ ହେବ । କୁଟୁମ୍ଭ ପ୍ରବୋଧନ କାର୍ଯ୍ୟ ସଂଘ କରୁଛି । କାରଣ ଆଧୁନିକ ଯୁଗରେ ବିଦେଶୀ ସଂସ୍କୃତି ପ୍ରଭାବରେ ଆମର ପରିବାର ସଂସ୍କୃତି ନଷ୍ଟ ହୋଇ ଯାଉଛି । ଭାରତର ପୂର୍ବଜମାନଙ୍କ ଗର୍ବ ଗୌରବ ଏବଂ ମୁନିଋଷିଙ୍କର ତ୍ୟାଗ ତପସ୍ୟା ଆଧାରରେ  ଏହି ଦେଶ ଛିଡା ହୋଇଛି । ଏଥିପାଇଁ ଆମକୁ ଆମର ବିରାସତକୁ ବଂଚାଇ ରଖିବାକୁ ହେବ ।

Comments