ନୂଆଦିଲ୍ଲୀ, ୧୮/୯ : ବହୁ ଚର୍ଚ୍ଚିତ ଓ ପ୍ରତିକ୍ଷୀତ ଅଯୋଧ୍ୟାବାବ୍ରି ମସଜିଦ୍ ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ନଭେମ୍ବର ୧୭ ତାରିଖ ପୂର୍ବରୁ ବା ୧୭ ତାରିଖ ସୁଦ୍ଧା ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ପ୍ରକାଶିତ ହୋଇପାରେ । ଏନେଇ ସୂଚନା ପ୍ରକାଶ ପାଇବା ପରେ ଏବେ ଦୀର୍ଘ ୨୭ ବର୍ଷ କାଳ ପ୍ରତୀକ୍ଷା କରିଆସିଥିବା ହିନ୍ଦୁ ପକ୍ଷର ସାଧୁସନ୍ଥଙ୍କ ମନରେ ନୂତନ ଉତ୍ସାହ ଏବଂ ଖୁସୀର ଲହରୀ ଖେଳିଯାଇଛି । ସେପଟେ ବାବ୍ରୀ ମସଜିଦ୍ର ପକ୍ଷକାର ଇକବାଲ ମଧ୍ୟ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ : ଶ୍ରୀରାମଲାଲଙ୍କ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସୁପ୍ରିମ୍କୋର୍ଟଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସୁପ୍ରିମ୍କୋର୍ଟଙ୍କ ଏହି ନିର୍ଦ୍ଦେଶ ମୁତାବକ ଅକ୍ଟୋବର ୧୮ ତାରିଖରେ ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିବେ । ଏାଦ୍ୱାରା ଦୀର୍ଘ ୨୭ ବର୍ଷ ଧରି ତାଟିକବାଟରେ ପୂଜା ପାଇ ଆସୁଥିବା କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କୁ ବହୁତ ଶୀଘ୍ର ଭବନ ମିଳିଯିବ ।
ଇକବାଲ ଅନସାରୀ : ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଉଛୁ ବୋଲି ବାବ୍ରି ମସଜିଦ୍ର ପକ୍ଷକାର ଇକବାଲ ଅନସାରୀ କହିଛନ୍ତି । ଏତେବର୍ଷ ଧରି ଏହି ମାମଲା ଅଟକି ରହିଥିଲା । ଏବେ ଆମେ ବି ଚାହୁଁଛୁ ଯେ ମାମଲାର ଚୂଡ଼ାନ୍ତ ରାୟ ଶୀଘ୍ର ପ୍ରକାଶିତ ହେଉ । ମାନ୍ୟବର ସୁପ୍ରିମ୍କୋର୍ଟ ଯେଉଁ ରାୟ ପ୍ରଦାନ କରିବୁ ତାକୁ ସାଦରେ ଗ୍ରହଣ କରାଯିବ । ପରମହଂସ ଦାସ : ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୯ ତାରିଖ ଗୁରୁବାର ସନାତନ ଧର୍ମ ସଂସଦ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଉଛି । ଏହାର ଆୟୋଜକ ତଥା ତପସ୍ୱୀ ଛାୱନୀର ମହନ୍ତ ପରମହଂସ ଦାସଙ୍କ ଅନୁଯାୟୀ ଏବେ ସୁପ୍ରିମ୍କୋର୍ଟରେ ରାମମନ୍ଦିର ମାମଲାର ନିୟମିତ ଶୁଣାଣି ଚାଲିଛି । ତେବେ ପ୍ରଭୁଶ୍ରୀରାମଜୀଙ୍କ ମନନ୍ଦିର ନିର୍ମାଣ ଲାଗି ସଂସଦ ପକ୍ଷରୁ ତାଙ୍କର ପରମ ସେବକ ତଥା ଭକ୍ତ ହନୁମାନଜୀଙ୍କ ଚାଳିସା ପାଠର ଆୟୋଜନ କରାଯାଇ ଏହି ମନ୍ଦିର ନିର୍ମାଣ ମାର୍ଗରେ ଆସିବାକୁ ଥିବା ସମସ୍ତ ବାଧାବିଘ୍ନର ଦୂରୀକରଣ ଲାଗି ପ୍ରାର୍ଥନା କରାଯିବ ବୋଲି ପରମହଂସ ଦାସ କହିଛନ୍ତି ।
ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଚୁଡାନ୍ତ ରାୟ ନଭେମ୍ବର ୧୭ପୂର୍ବରୁ ଆସିପାରେ । କାରଣ ଏହି ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ । ଏଥିପୂର୍ବରୁ ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିବାକୁ ପ୍ରସ୍ତୁତି ଚାଲିଥିବା କୁହାଯାଇଛି । ଏଥିଅନ୍ତର୍ଗତ ବୁଧବାର ମାମଲାର ଶୁଣାଣି କରୁଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆସନ୍ତାମାସ ୧୮ତାରିଖ ସୁଦ୍ଧା ଶୁଣାଣି ଶେଷ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ସେମାନଙ୍କ ତର୍କ ଅକ୍ଟୋବର ୧୮ ସୁଦ୍ଧା ସମାପ୍ତ କରିବେ । ଏଥିପାଇଁ ଆବଶ୍ୟକ ପଡିଲେ ସପ୍ତାହକୁ ୫ଦିନ ପରିବର୍ତେ ଶନିବାରକୁ ମିଶାଇ ୬ଦିନ ଶୁଣାଣି କରାଯିବ । ଦୈନିକ ଏକ ଘଂଟା ଅଧିକ ଶୁଣାଣି କରାଯିବ । ଶୁଣାଣି ଶେଷ ହେବାପରେ ଖଣ୍ଡପୀଠଙ୍କ ନିକଟରେ ରାୟ ଲେଖିବା ପାଇଁ ୪ସପ୍ତାହ ସମୟ ରହିବ । ତେଣୁ ଏଥିପାଇଁ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ସେମାନଙ୍କ ଯୁକ୍ତି ଉପସ୍ଥାପନ ପାଇଁ କେତେ ସମୟ ଦରକାର ତାହା ଜଣାଇବାକୁ କହିଛନ୍ତି । ଧାର୍ଯ୍ୟ ସମୟ ନଭେମ୍ବରରେ ଅଯୋଧ୍ୟା ରାୟ! ଆସନ୍ତାମାସ ୧୮ତାରିଖ ସୁଦ୍ଧା ସରିବ ଶୁଣାଣି ପୂର୍ବରୁ ଏହି ପ୍ରକ୍ରିୟା ସାରିବାକୁ ଜଷ୍ଟିସ ଏସଏ ବବଦେ,ଡିୱାଇ ଚନ୍ଦ୍ରଚୁଡ, ଅଶୋକ ଭୁଷଣ, ଏସଏ ନଜିର ଓ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ପୁଣି ଆଲୋଚନା ଆରମ୍ଭ କରିବା ପାଇଁ ତାଙ୍କ ନିକଟକୁ କିଛି ପକ୍ଷଭୂକ୍ତ ଚିଠି ଲେଖିଥିବା ଖଣ୍ଡପୀଠଙ୍କୁ ବୁଝାମଣା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଚାରପତି ଏଫଏମ କାଲିଫୁଲା ଜଣାଇଥିବା ସୁଚିତ କରାଯାଇଥିଲା । ତେଣୁ ଯଦି ଉଭୟ ପକ୍ଷ ସମ୍ମତ ହେବେ ତା’ହେଲେ ଆଲୋଚନାର ଦ୍ୱାର ଏବେ ବି ଖୋଲା ରହିଛି ବୋଲି କୋର୍ଟ କହିଥିଲେ । ତେବେ ଏହାକୁ ବିଭିନ୍ନ ପକ୍ଷ ବିରୋଧ କରିଥିଲେ । ପ୍ରକାଶ ଥାଉକି ଗତ ମାର୍ଚ୍ଚ ୮ତାରିଖରେ ଶୀର୍ଷ କୋର୍ଟ ଏହି ମାମଲାରେ ବିଚାରବିମର୍ଶ ଦ୍ୱାରା ସମାଧାନର ମାର୍ଗ ବାହାର କରିବା ପାଇଁ ଏକ ୩ଜଣିଆ ମଧ୍ୟସ୍ତି ପାନେଲ ଗଠନ କରିଥିଲେ । ଏହି ପାନେଲରେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଫକୀର ମହମ୍ମଦ ଇବ୍ରାହିମ କାଲିଫୁଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ମାଡ୍ରାସ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ଶ୍ରୀରାମ ପଂଚୁ ସାମିଲ ଥିଲେ । ଗତ ମଇ ୧୦ତାରିଖରେ ପାନେଲକୁ ଦିଆଯାଇଥିବା ଦୁଇମାସର ମହଲତ ସମାପ୍ତ ହୋଇଥିଲା । ତେବେ ଅଧିକ ବିଚାରବିମର୍ଶ ପାଇଁ ଏହି ପାନେଲ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା । ତେବେ ମାମଲାକୁ ଜାଣିଶୁଣି ଅଧିକ ବିଳମ୍ବ କରାଯାଉଛି ଓ କୋର୍ଟ ରାୟ ଦେବା ପରିବର୍ତେ ଶାନ୍ତି ଆଲୋଚନା ଦ୍ୱାରା ସମାଧାନର ମାର୍ଗ ବାହାର କରିବା ପାଇଁ ଆବଶ୍ୟକତା ଠାରୁ ଅଧିକ ସମୟ ଦେଉଥିବା ଅଭିଯୋଗ ହେବାରୁ ଅଦାଲତ ଜୁଲାଇ ୧୮ ସୁଦ୍ଧା ରିପୋର୍ଟ ଦେବାକୁ ଉକ୍ତ ପାନେଲକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁଲାଇ ୧୮ ତାରିଖରେ ଆଲୋଚନା କରି ଏହି ପ୍ୟାନେଲ ବିଫଳ ହୋଇଥିବା ଜଣାଇଦେବା ପରେ ଖଣ୍ଡପୀଠରେ ଦୈନିକ ଶୁଣାଣି ଆରମ୍ଭ ହୋଇଥିଲା
Comments
Post a Comment