ରୋକିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ରସରକାରଙ୍କୁ ସୋସିଆଲ ମିଡିଆ ସହ ଆଧାରର ସଂଯୋଗ କରିବା ପିଟିସନ ଆଧାରରେ ମଙ୍ଗଳବାର ଏଥିନିମନ୍ତେ ଏକ ଆଇନ ଆଣିବାକୁ କହିଛନ୍ତି । ଏଥିନେଇ ଶୀର୍ଷକୋର୍ଟ ତଳକୋର୍ଟକୁ ମଧ୍ୟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏହା ଅତ୍ୟନ୍ତ\nବିପଦଜନକ । ଶୀର୍ଷକୋର୍ଟ ଏଥିନେଇ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ମାଧ୍ୟମରେ ତିନି ସପ୍ତାହ ମଧ୍ୟରେ ଗାଇଡଲାଇନ ପ୍ରସ୍ତୁତ କରି ଏ ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ମିଛ , ଗୁଜବ ପ୍ରଚାର କରାଯାଉଥିବାରୁ ଦେଶର ସମ୍ମାନ ଏବଂ ବ୍ୟକ୍ତିର ମର୍ଯାଦା ହାନି ହେବାର ସମ୍ଭାବନା ଅଧିକ । ତେଣୁ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତିଯେ, କେନ୍ଦ୍ର\nସରକାର ଏହା ଉପରେ ବିଚାର କରିବା ଦରକାର । ଏହାର ନିଷ୍ପତ୍ତି କେନ୍ଦ୍ର ସରକାର କରିବା ଦରକାର ନା କି କୋର୍ଟ । ସୋସିଆଲ ମିଡିଆ ଫେସବୁକ ସହ ଆଧାର କାର୍ଡ ସଂଯୋଗ ହେବ କି ନାହିଁ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆଇଟି ବିଭାଗକୁ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ କହିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ତଥ୍ୟ କିଭଳି ସଂରକ୍ଷଣ ରହିବ ସେ ବାବଦରେ ଆଇଟି ବିଭାଗ ବିଚାର କରିବ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏହି ମାମଲାର ଶୁଣାଣି ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ\nଅନିରୁଦ୍ଦ ବୋଷ କରୁଛନ୍ତି । ମାମଲାର ଶୁଣାଣି କରୁଥିବାବେଳେ ଜଷ୍ଟିସ ଗୁପ୍ତା କହିଛନ୍ତି ଯେ, କାହିଁକି ଜଣେ ସୋସିଆଲ ଆକାଉଣ୍ଟଧାରୀ\nସେବା ଯୋଗାଉଥିବା ସଂସ୍ଥାକୁ ପଚାରି ପାରିବ ନାହିଁ ମେସେଜ ବା ଖବରର ଉତ୍ପତିି ବାବଦରେ? ଏବେ ସମୟ ଆସିଛି ଇଣ୍ଟରନେଟ ବାବଦରେ ଚିନ୍ତା କରିବାର ।ଆମ ପାଖରେ ସୋସିଆଲ ମିଡିଆକୁ ନେଇ କୌଣସି ଗାଇଡଲାଇନ ନାହିଁ । ଜଣେ ଅନ୍ୟ ଜଣଙ୍କୁ କାହିିଁକି ଟ୍ରୋଲ କରିବ, ଅନ୍ୟ ଜଣଙ୍କ ଚରିତ୍ର ବାବଦରେ ମିଛ ଖବର ଦେବାକୁ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କ ପାଖରେ କେଉଁଠି ଅଧିକାର ଆସିଲା ବୋଲି ଜଷ୍ଟିସ ଗୁପ୍ତା ପ୍ରଶ୍ନ କରିଛନ୍ତି । ତେଣୁ ସରକାର ଏ ବାବଦରେ ଗାଇଡଲାଇନ ପ୍ରସ୍ତୁତ କରିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି ।

Comments
Post a Comment