ନ୍ୟୁୟର୍କ, ୨୭/୯ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)ର ଉଚ୍ଛେଦ ପରେ ଏହାକୁ ନେଇ ପାଗଳ ପ୍ରାୟ ହୋଇଯାଇଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଘେରିବାକୁ ବସିଛନ୍ତି । ଏହି ମର୍ମରେ ସେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ମଧ୍ୟ ଭାରତ ବିରୋଧରେ ଫେରାଦ ହୋଇ ନିରାଶ ହୋଇସାରିଛନ୍ତି । ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ସେଠାରୁ ଧାରା ୩୭୦ର ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଦର୍ଶାଇ ପାକିସ୍ତାନକୁ ଏଥିରୁ ବିରତ ରହିବା ଲାଗି ତାଗିଦ କରିଛନ୍ତି ମିଳିତ ଜାତିସଂଘ । ଏହାପରେ ନିରାଶ ଇମ୍ରାନ ଖାନ୍ ଭାରତ ବିରୋଧରେ ଆଉ ଏକ ଚାଲ୍ ଖେଳିଲେ । ଜମ୍ମୁ-କାଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀମାନେ ମାନବାଧିକାର ଉଲ୍ଲଂଘନ କରି ସେଠାକାର ବାସିନ୍ଦାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ବୋଲି ସେ ମିଥ୍ୟାରୋପ ମଧ୍ୟ କରିଛନ୍ତି । ହେଲେ ଅସଲରେ ପାକ୍ ସେନା ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କ ଉପରେ ଯେଉଁ ଦମନଲୀଳା ଚଳାଇଛି ତା’କୁ ବିରୋଧ କରି ଆମେରିକାର ରାଜରାସ୍ତାକୁ ଓହ୍ଲାଇଛନ୍ତି ପାକିସ୍ତାନୀ ବେଲୁଚ, ପାସ୍ତୁନ, ହିନ୍ଦୁ, ଶିଖ ଆଦି ସମୁଦାୟର ଲୋକେ । ସେମାନେ ପାକିସ୍ତାନୀ ସରକାର, ପୁଲିସ ଓ ସେନା ପକ୍ଷରୁ ସେମାନଙ୍କ ଉପରେ ଚଳାଇଥିବା ଦମନଲୀଳାକୁ କଡ଼ା ବିରୋଧ କରିବା ସହ ନ୍ୟୁୟର୍କରେ ଅବସ୍ଥିତ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ପାକ୍ ସରକାର ବିରୋଧରେ ନାରାବାଜି କରିଥିଲେ । ଆମେରିକାରେ ରହୁଥିବା ମୁହାଜିର ଆଡଭୋକେସି ଗ୍ରୁପ୍ ଭଏସ୍ ଅଫ୍ କରାଚୀ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Comments
Post a Comment