ଶିକ୍ଷାର ଗୁଣାତ୍ମକତା ପାଇଁ ନୂଆ ପ୍ରୟୋଗକୁ ସ୍ୱୀକାର କରିବାର ମାନସିକତା ତିଆରି କରିବାକୁ ହେବ: ଦତ୍ତାତ୍ରେୟ ହୋସୱାଲେ


ଉଦୟପୁର: ନିତ୍ୟନୂତନ ଚିର ପୁରାତନ ହେଉଛି ଭାରତର ପରମ୍ପରା । ଶିକ୍ଷା କ୍ଷେତ୍ରରେ  ଗୁଣାତ୍ମକତା ଦୃଷ୍ଟିରୁ ନୂତନ ପ୍ରୟୋଗକୁ ସ୍ୱୀକାର କରିବାର ମାନସିକତା ନିର୍ମାଣ ହେବା ଉଚିତ । ବିଦ୍ୟା ଭାରତୀର ଶୈକ୍ଷିକ ବିଷୟ ଏବଂ ପ୍ରୟୋଗକୁ ସମାଜ ସମାଜ ସହଜ ରୂପରେ ସ୍ୱୀକାର କରୁ, ଏହିପରି ଭଗୀରଥ ପ୍ରୟାସ  କରିବାକୁ ହେବ । ବିଦ୍ୟା ଭାରତୀ ଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରୀୟ ଆନ୍ଦୋଳନ ରୂପେ ପ୍ରୟାସରତ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସୱାଲେ ଜୀ ପ୍ରକାଶ କରିଛନ୍ତି । 
 ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୧୩ ତାରିଖ ଦିନ ଉଦୟପୁରର ସେକ୍ଟର-୪  ସ୍ଥିତ ବିଦ୍ୟାନିକେତନରେ  ଆରମ୍ଭ ହୋଇଥିଲା । ଏହି ତ୍ରିଦିବସୀୟ ବୈଠକ ସେପ୍ଟେମ୍ବର ୧୫ ତାରିଖ ଦିନ ସମାରୋପ ହୋଇଛି । ସମାରୋପ କାର୍ଯ୍ୟକ୍ରମରେ ମୁଖ ଅତିଥିରୂପେ ଯୋଗଦେଇ  ଶ୍ରୀ ଦତ୍ତାତ୍ରେୟ ହୋସୱାଲେ ଜୀ ସମ୍ବୋଧନ କରିଥିଲେ । 
ବିଦ୍ୟା ଭାରତୀର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ କାଶୀପତି ଜୀ  ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଦ୍ୟା ଭାରତୀ ଦୁଇ ପ୍ରକାର କାର୍ଯ୍ୟ କରୁଅଛି । ଗୋଟିଏ ହେଲା ବିଦ୍ୟାଳୟ ଗୁଣବତାର ସହିଚ ଚାଲୁ ଏବଂ  ଭାରତୀୟ ଶିକ୍ଷା ପ୍ରଣାଳୀର ସମସ୍ତ ମଡେଲକୁ ସମାଜରେ ସ୍ଥାପନା କରିବା । ଅନ୍ୟଟି ହେଲା ସମାଜମ୍ମୁଖି କାର୍ଯ୍ୟ,  ପୂର୍ବ ଛାତ୍ର, ସଂସ୍କୃତି ବୋଧ, ବିଦ୍ୟୁତ ପରିଷଦ, ଶୌଧ, ପ୍ରଚାର ବିଭାଗ, ସଂପର୍କ ବିଭାଗ,  ଅଭିଲେଖାଗାର ଆଦି ଏହି ସମସ୍ତ କାର୍ଯ୍ୟକୁ ଶିକ୍ଷା ଜଗତରେ ପ୍ରଭାବୀ ଯୋଗଦାନ ଦେଇ ମୂଲ୍ୟ ସ୍ଥାପିତ କରୁଛି । \nଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ରାମକୃଷ୍ଣ ରାଓ କହିଲେ ଯେ, ଶିକ୍ଷା ଜଗତରେ ପରିବର୍ତନ ଆଣିବା ଆମର ଲକ୍ଷ୍ୟ । ସାରା ଦେଶରେ ଆଦର୍ଶ ବିଦ୍ୟାଳୟ, ଏକଲ ବିଦ୍ୟାଳୟ ଏବଂ ସଂସ୍କାର କେନ୍ଦ୍ର ସଂଖ୍ୟା ବଢାଇ ସମସ୍ତଙ୍କୁ ଶିକ୍ଷା ସହିତ ଯୋଡିବାକୁ ହେବ । \
ସେହିପରି ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଯତୀନ୍ଦ୍ର ଶର୍ମା ଏହି ବୈଠକରେ ବିବରଣୀ ପାଠ କରିବା ସହିତ କହିଲେ ଯେ, ବିଦ୍ୟା ଭାରତୀର କାର୍ଯ୍ୟ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ସ୍ଥାପିତ କରିଛି । ଏଥିପାଇଁ ସାରା ଦେଶରେ ଚାଲିଥିବା ୨୫ ହଜାର ଶିକ୍ଷା କେନ୍ଦ୍ର ସମାଜ ସମ୍ମୁଖରେ ସଂସ୍କାର ଏବଂ ଶୈକ୍ଷିକ  ଗୁଣବତ୍ତା ଯୁକ୍ତ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟା ମନ୍ଦିର ରୂପରେ ପ୍ରତିଷ୍ଠିତ  । ଏହି ବୈଠକରେ ୨୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଉପସ୍ଥିତ ଥିଲେ । 
ରାଷ୍ଟ୍ରୀୟ ମନ୍ତ୍ରୀ ଅବନୀଶ ଭଟ୍ଟନଗର ଦେଶରେ ଚାଲୁଥିବା   ବିଦ୍ୟାଭାରତୀର କାର୍ଯ୍ୟର ଝଲକ ପାୱାର ପଏଂଟ ମାଧ୍ୟମରେ  ଦେଖାଇଥିଲେ । ସେ କହିଥିଲେ ଯେ, ସହରାଚଂଳ, ଗ୍ରାମାଂଚଳ, ବନବାସୀ କ୍ଷେତ୍ର, ଦୁର୍ଗମ ପାର୍ବତୀୟ କ୍ଷେତ୍ର  ଏବଂ ଆତଙ୍କବାଦ, ନକସଲ ପ୍ରଭାବିତ କ୍ଷେତ୍ରରେ ବିଦ୍ୟାଭାରତୀର ୨୫ ହଜାରରୁ ଅଧିକ ବିଦ୍ୟାଳୟ ଶିକ୍ଷା ଓ ସଂସ୍କାର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ସୃଷ୍ଟି କରିଛି । ସାରା ଦେଶରେ ଚାଲୁଥିବା  ବିଦ୍ୟାଳୟମାନଙ୍କରେ ଏକ ଲକ୍ଷ ଚାଳିଶ ହଜାରରୁ ଅଧିକ ଶିକ୍ଷକ ଏବଂ ୩୮ ଲକ୍ଷରୁ ଉଦ୍ଧ୍ୱର୍ ବିଦ୍ୟାର୍ଥି ଅଛନ୍ତି । ଏହି ବୈଠକରେ ବିଦ୍ୟାଭାରତୀର କାର୍ଯ୍ୟର ବିସ୍ତାର, ଶୈକ୍ଷିକ ଗୁଣବତ୍ତାର ବିକାଶ,  ଟେକ୍ନୋଲୋଜିର ଉପଯୋଗ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ନୂତନ ପ୍ରୟୋଗ, ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଖେଳକୁଦ,ଜ୍ଞାନ-ବିଜ୍ଞାନ ମେଳା, ଅଖିଳ ଭାରତୀୟ ସଂସ୍କୃତି ମହୋତ୍ସବ ପରି ଶୈକ୍ଷିକ ବିଷୟ ସହିତ ପର୍ଯ୍ୟାବରଣ ସୁରକ୍ଷା, ପଲିଥିନ ବର୍ଜନ, ଶକ୍ତି ଏବଂ ଜଳ ସଂରକ୍ଷଣ, ଫିଜିକଲ ଫିଟନେସ ପରି ସମାଜୋପଯୋଗୀ  ବିଷୟ ଉପରେ ବିଚାର ବିମର୍ଶ କରାଯାଇ ଯୋଜନାମାନ ପ୍ରସ୍ତୁତ ହୋଇଛି ।














Comments