ନ୍ୟୁୟର୍କ,୨୬/୯: ଆତଙ୍କୀସ୍ତାନ ପାକିସ୍ତାନର ଆତଙ୍କବାଦୀଙ୍କ ସହ ଥିବା ସମ୍ପର୍କ ପୁଣିଥିରେ ସାମ୍ନାକୁ ଆସିଛି । ୨୬/୧୧ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟଦ ପାଇଁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଗୁହାରି କରିଛି । ତାଙ୍କ ନିବେଦନକୁ ଗ୍ରହଣ କରି ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ହାଫିଜକୁ କେବଳ ଚଳିବା ପାଇଁ ଆକାଉଂଟରୁ ଟଙ୍କା ଉଠାଇବା ପାଇଁ ଅନୁମତି ଦେଇଛି । କେବଳ ହାଫିଜ ନୁହେଁ ଅନ୍ୟତମ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଜି ମହମ୍ମଦ ଅସରଫ, ଜାଫର ଇକବାଲକୁ ମଧ୍ୟ ଟଙ୍କା ଉଠାଣପାଇଁ ଅନୁମତି ମିଳିଛି । ଆଜି ଜାତିସଂଘ ଜାରି କରିଥିବା ଏକ ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନର ଅନୁରୋଧ ଉପରେ କୌଣସି ରାଷ୍ଟ୍ର ଆପତି ନକରିବାରୁ ଏହି ଅନୁମତି ଦିଆଯାଇଛି । ଏହି ୩ଜଣ ଆତଙ୍କବାଦୀ ଏବେ ସେମାନଙ୍କ ଆକାଉଂଟରେ ମାସକୁ ୧.୫ଲକ୍ଷ ଟଙ୍କା ଉଠାଇପାରିବେ ।
ହାଫିଜ ଜଣେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷିତ ହୋଇଥିବାରୁ ତାହାର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯାଇଛି । ଏବେ ସେ ଓ ତାହା ପରିବାର ଲୋକଙ୍କ ଚଳିବାରେ କୁଆଡେ ଅସୁବିଧା ହେଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓକିଲାତି କରିଛନ୍ତି । ତେଣୁ ହାଫିଜର ଏକାଉଂଟ ଉପରୁ କଟକଣା ଉଠାଇଦେବା ପାଇଁ ସେ ଜାତିସଂଘ ସୁରକ୍ଷା ପରିଷଦକୁ ନିବେଦନ କରିଥିଲେ ।
Comments
Post a Comment