ତାଳଚେର,୧୫/୯: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିକ୍ଷାବିତ୍ ଦିବାକର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ତଥା ସୁଲେଖକ ଡ. ସଦାନନ୍ଦ ପରିଡା,ମୁଖ୍ୟବକ୍ତା ଭାବରେ ଶିକ୍ଷାବିକାଶ ସମିତି ଅନ୍ତର୍ଗତ ମଧ୍ୟସମ୍ଭାଗ ଶିଶୁବାଟିକା ପ୍ରମୁଖ ସୁଶୀଳ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ବିଜୟ କୁମାର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଡ.ପରିଡା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପରିଡା ମାତୃଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନିମନ୍ତେ ମାଆମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁଟିର ଭବିଷ୍ୟତ ସହ ସୁସ୍ଥ ସମାଜ ଗଠନରେ ମାଆର ଭୂମିକା ଅତୁଳନୀୟ ବୋଲି ମୁଖ୍ୟ ବକ୍ତା ଶ୍ରୀ ସାହୁ ନିଜ ଅଭିଭାଷଣରେ ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମାତୃମଣ୍ଡଳୀ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ମାତୃମଣ୍ଡଳୀଙ୍କ ମଧ୍ୟରେ ଶାରୀରିକ, ମାନସିକ ଦକ୍ଷତା,ଝୋଟି, କଣ୍ଡେଇ ନାଚ,ବିଜ୍ଞାନ ପ୍ରୟୋଗ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟା କଳ୍ପନା ସାହୁ ଓ ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ କୁମୁଦ ଚନ୍ଦ୍ର ବେହେରା,ଆଚାର୍ଯ୍ୟା ଅର୍ଚ୍ଚନା ସାହୁ,ସରସ୍ୱତୀ ସାହୁ,ରଞ୍ଜୁବାଳା ସାହୁ,ଶାନ୍ତିପ୍ରିୟା ପ୍ରଧାନ,ପୁଷ୍ପାରାଣୀ ବେହେରା, ସଞ୍ଜୟ ବାରିକ,କିଶୋର ଚନ୍ଦ୍ର ସାହୁ,ସ୍ନେହଲତା ସ୍ୱାଇଁ, ରୀତା ଭୂତିଆ,ସବିତା ସାହୁ,ସୁଶ୍ରୀ ତ୍ରିପାଠୀ ପ୍ରମୁଖଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Comments
Post a Comment