ତାଳଚେର,୨୫/୯: କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଘୋଷଣାକୁ ପ୍ରତ୍ୟାହାର ଦାବି ନେଇ ଭାରତୀୟ ମଜଦୁର ସଂଘ ସହବନ୍ଧିତ ତାଳଚେର କୋଇଲାଖଣି ମଜଦୁର ସଂଘ ପକ୍ଷରୁ ୨୩ ତାରିଖରୁ ଏମ୍.ସି.ଏଲ.ର ବିଭିନ୍ନ କୋଇଲାଖଣିରେ ଆରମ୍ଭ ହୋଇଥିବା ୫ ଦିନିଆ ଧର୍ମଘଟ ପରିପ୍ରେକ୍ଷୀରେ ଆଜି ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ କର୍ମକର୍ତାଙ୍କୁ ଅଟକ ରଖିଥିଲା । ଗତ ଅଗଷ୍ଟ ୨୮ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କୋଇଲା ଉଦ୍ୟୋଗରେ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ହେବା ନେଇ ଘୋଷଣା କରିବା ତଥା କୋଲଇଣ୍ଡିଆରୁ ପୁନଃ ପୁଞ୍ଜି ପ୍ରତ୍ୟାହାର କରିବାକୁ ନେଇ ବି.ଏମ୍.ଏସ ପକ୍ଷରୁ ଅଭିଯୋଗ କରାଯାଇ ସଂଘ ଧର୍ମଘଟକୁ ଓହ୍ଲାଇଥିଲା । ତେବେ ଏଭଳି ଧର୍ମଘଟ ଯୋଗୁଁ ସମଗ୍ର ଏମ୍.ସି.ଏଲ.ରେ କୋଇଲା ଉତ୍ପାଦନ ଏବଂ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଧର୍ମଘଟ ଆଜି ୩ୟ ଦିନରେ ପହଂଚିବା ପରେ କୋଇଲାଖଣିକୁ ପୁନଃ ଚାଲୁ କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ବି.ଏମ.ଏସ କାର୍ଯ୍ୟକର୍ତାଙ୍କୁ ସ୍ଥାନୀୟ ମଙ୍ଗଳମ କ୍ଲବଠାରେ ଅଟକ ରଖାଯାଇଥିଲା । ତାଳଚେର କୋଲଫିଲଡ଼ସରୁ ୬୬ଜଣ ଏବଂ କଣିହାଁ କ୍ଷେତ୍ରରୁ ୭୦ଜଣଙ୍କୁ ପୋଲିସ ଅଟକ ରଖିଥିଲା । ଭାରତୀୟ ମଜଦୁର ସଂଘ ପକ୍ଷରୁ ଚଳିତ ମାସ ୨୩ ତାରିଖରୁ ଆରମ୍ଭ କରାଯାଇଥିବା ପାଂଚଦିନିଆ ଧର୍ମଘଟକୁ ଆଜି ପ୍ରତ୍ୟାହାର କରି ନିଆଯାଇଛି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ବି.ଏମ୍.ଏସ୍.ର ଶୀର୍ଷ ନେତୃବୃନ୍ଦଙ୍କ ସହ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଏସମ୍ପର୍କରେ ଆଲୋଚନା କରି କୋଲଇଣ୍ଡିଆ ତଥା ତାର ସହଯୋଗୀ କମ୍ପାନୀଗୁଡିକରେ ସରକାର ବିନା ଆଲୋଚନାରେ ଏଫ୍.ଡି.ଆଇ ଲାଗୁ ନକରିବା ପାଇଁ ପ୍ରତିଶୃତି ଦେବା ସହ ଆଗାମୀ ଭବିଷ୍ୟତରେ ଶ୍ରମିକ ସଙ୍ଗଠନଗୁଡିକ ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବାକୁ ଆମନ୍ତ୍ରଣ ଦେଇଛନ୍ତି ବୋଲି ଆଜି ଏକ ପ୍ରେସ ଇସ୍ତାହାରରେ ବି.ଏମ୍.ଏସ୍ ପକ୍ଷରୁ କୁହାଯାଇଛି । ଏହାପରେ ସମସ୍ତ କୋଇଲା ଖଣିଗୁଡିକରେ ଉତ୍ପାଦନ ଓ ପରିବହନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ସମସ୍ତ ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ସ୍ୱାଭାବିକ ହୋଇଥିବା ବେଳେ ପୋଲିସ ଗିରଫ କରିଥିବା ସମସ୍ତ ଆନ୍ଦୋଳନକାରୀ ଖଣି କର୍ମଚାରୀଙ୍କୁ ସନ୍ଧ୍ୟାରେ ଛାଡି ଦେଇଥିଲା । ଉକ୍ତ ଆନ୍ଦୋଳନ ପରିଚାଳନାରେ ତାଳଚେର କୋଇଲାଖଣି ମଜଦୁର ସଂଘ (ବି.ଏମ୍.ଏସ)ର କାର୍ଯ୍ୟକାରୀ ସଭାପତି ରଞ୍ଜନ ବେହେରା,ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମାଝି,ଉପ- ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ବିରେନ କୁମାର ଖିଲାର,ସମ୍ପାଦକ ସଞ୍ଜିତ କୁମାର ମହାପାତ୍ର,ଜ୍ୟୋତି ଶଙ୍କର ରାୟ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

Comments
Post a Comment